spot_img

Latest Posts

ନୂଆ ନିର୍ବାଚନ କମିଶନ ହେଲେ ରାଜୀବ କୁମାର, ନିଯୁକ୍ତି ନେଇ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଲେ ରାଜୀବ କୁମାର । ରାଜୀବ କୁମାରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଷ୍ଟପତି ରାମନାଥ କୋବିନ୍ଦ । କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ନିଯୁକ୍ତି ପାଇବା ପରେ ଅଶୋକ ଲାଭାସାଙ୍କ ସ୍ଥାନ ନେବେ ରାଜୀବ । ଦେଶର ନୂତନ ନିର୍ବାଚନ କମିଶନର ଭାବେ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜୀବ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ଅଶୋକ ଲାଭାସା ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନ ନେବେ ରାଜୀବ ।

ଲାଭାସାଙ୍କ ଇସ୍ତଫା ଏକ ଏମିତି ସମୟରେ ଆସିଛି ଯେତେବେଳେ କରୋନା ଭାଇରସ ମହାମାରୀ ମଧ୍ୟରେ ନିର୍ବାଚନ ଆୟୋଗ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ଚଲାଇଛନ୍ତି । ୨୦୧୮ ମସିହା ଜାନୁଆରୀ ମାସ ୨୩ ତାରିଖରେ ଲାଭସା ନିର୍ବାଚନ କମିଶନର ହୋଇଥିଲେ ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ହେବାର ତାଲିକାରେ ମଧ୍ୟ ଥିଲେ। ବୁଧବାର ନିର୍ବାଚନ କମିଶନର ପଦରୁ ଅଶୋକ ଲାଭାସାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ।

ରାଜୀବ କୁମାର ୧୯୮୪ ବ୍ୟାଚ୍ ର ଝାଡଖଣ୍ଡ କୈଡ଼ରର ଅବସରପ୍ରାପ୍ତ IAS ଅଧିକାରୀ । ରାଜୀବ କୁମାର ଅର୍ଥ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ପ୍ରଶାସନିକ କ୍ଷେତ୍ରରେ ତାଙ୍କର ୩୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ରାଜୀବ କୁମାର ସେପ୍ଟେମ୍ବର ମାସ ୧ ତାରିଖରେ କାର୍ଯ୍ୟଭାର ସମ୍ଭାଳିବେ । ଏଥିପାଇଁ ଅନେକ ରାଜୀବ କୁମାରଙ୍କୁ ଶୁଭକାମନା ଜଣାଇଛନ୍ତି ।

Latest Posts

Don't Miss