ଗିରଫ ହେଲେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରା

ଭୁବନେଶ୍ୱର  :  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା । ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ । ତାଙ୍କ ଠାରୁ ୧୪୫ ପ୍ରତିଶତ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା । ୧ କୋଟି ୬୧ ଲକ୍ଷ ଟଙ୍କାରୁ ଅଧିକ ଜମା ଜବତ ହୋଇଥିଲା । ଏହା ସହ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ବି ଜବତ କରିଥିଲା ଭିଜିଲାନ୍ସ ।

ବାଲେଶ୍ବର, ଭଦ୍ରକ ଓ ଭୁବନେଶ୍ବରର ଏକ କାଳିନୀ ୧୧ଟି ଜାଗାରେ ଛାପା ମାରିଥିଲା ବାଲେଶ୍ବର ଭିଜିଲାନ୍ସ ।  ତାଙ୍କର ୩ଟି ବହୁତଳ କୋଠା,  ୨ଟି ଫ୍ଲାଟ୍, ୮ଟି ପ୍ଲଟ୍ ରହିଛି ।  ୨ କେଜିର ରୁପା ଅଳଙ୍କାର ଠାବ ହୋଇଥିଲା । ସର୍ଚ୍ଚ ବେଳେ ଗୋଟିଏ ଚାରିଚକିଆ ଓ ଗୋଟିଏ ବାଇକ ଠାବ ହୋଇଥିଲା । ଜୟନ୍ତୀ  ଭୁବନେଶ୍ବରରେ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଥିଲେ । ସେ ଭଦ୍ରକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥିବା ଅଣ୍ଡା ଓ ଛତୁଆରୁ ଟଙ୍କା ଆତ୍ମସାତ କରିଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ଥିଲା ।