ଆଜି କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ହାତ ଧରିବେ ବିଜୟ ପଟ୍ଟନାୟକ । କଂଗ୍ରେସରେ ମିଶିବେ ପୂର୍ବତନ ମୁଖ୍ୟ ଶାସନ ସଚିବ । ଆଜି ଅପରାହ୍ନ ୪ଟା ୩୦ରେ ଏଆଇସିସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ବିଜୟ ପଟ୍ଟନାୟକ କଂଗ୍ରେସରେ ମିଶିବେ । ତାଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ମଧ୍ୟ କଂଗ୍ରେସରେ ସାମିଲ ହେବା ନେଇ ସୂଚନା ମିଳିଛି । ପିସିସି ସଭାପତି, ପ୍ରଭାରୀ ଚେଲା କୁମାରଙ୍କ ସହ କିଛି ଓଡ଼ିଶା ନେତା ଏହି ମିଶ୍ରଣରେ ଉପସ୍ଥିତ ରହିବେ ।

୧୯୭୬ କ୍ୟାଡରର ଆଇଏଏସ ଅଧିକାରୀ ବିଜୟ ପଟ୍ଟନାୟକ । ସେ ପ୍ରମୁଖ ଶାସନ ସଚିବ ବି ଥିଲେ । ୨୦୧୦ରୁ ୨୦୧୩ ମୁଖ୍ୟ ଶାସନ ସଚିବ ଥିଲେ ବିଜୟ ପଟ୍ଟନାୟକ । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନର ସେ ଅଧ୍ୟକ୍ଷ ମଧ୍ୟ ଥିଲେ । ୨୦୧୪ରେ ବିଜୟ ପଟ୍ଟନାୟକ ଥିଲେ ମାନବାଧିକାର କମିଶନ ସଦସ୍ୟ ।