ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ: କିଛି ଦିନ ପୂର୍ବେ କରୋନାରୁ ସୁସ୍ଥ ହୋଇଥିଲେ

ଲକ୍ଷ୍ମୌ: ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ବରିଷ୍ଠ ନେତା  କେଶୁଭାଇ ପଟେଲଙ୍କ ପରଲୋକ । ଗୁରୁବାର ସକାଳେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବଂ ସେଠାରେ ଡାକ୍ତରଙ୍କ ବହୁ ଚେଷ୍ଟା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଏବଂ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା ।

 ସୂଚନା ଯୋଗ୍ୟ, କିଛି ଦିନ ପୂର୍ବେ କେଶୁଭାଇ ପଟେଲ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ପରେ ସେ ଏଥିରୁ ଆରୋଗ୍ୟ ଲାଭ ମଧ୍ୟ କରିଥିଲେ  । କିନ୍ତୁ ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିବା ତାଙ୍କ ପୁତ୍ର କହିଛନ୍ତି । ଗୁରୁବାର ସକାଳେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ମେଡିକାଲ ନିଆଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ସୁଧାର ଆସିନଥିଲା । ଏବଂ ସେଠାରେ ସେ ଆଖି ବୁଜିଥିଲେ ।  ଘଟଣା ସମ୍ପର୍କରେ ଅବଗତ ହେବା ପରେ  ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ଶୋକ ବ୍ୟକ୍ତ କରିବା ସହ ସମବେଦନା ଜଣାଇଥିଲେ ।

Image

କେଶୁଭାଇ ପଟେଲ ୨ ଥର ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ୧୯୯୫ ଓ ୧୯୯୮ ମସିହାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । କିନ୍ତୁ ୨୦୦୧ ମସିହାରୁ ତାଙ୍କୁ ନଜ ପଦରୁ ଇସ୍ତଫା ଦେବାକୁ ପଡ଼ିଲା । କେଶୁଭାଇ ପଟେଲ ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଦ୍ଧା ସେ ତାଙ୍କ କାର୍ଯ୍ୟକାଳ ପୂରା କରିପାରିନଥିଲେ । ୨୦୦୧ରେ ତାଙ୍କ ଇସ୍ତଫା ପରେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନିର୍ବାଚିତ ହୋଇଥିଲେ । ଏବଂ ୨୦୧୪ ଯାଏଁ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । କେଶୁଭାଇ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୨ରେ ବିଜେପି ଛାଡ଼ିବା ସହ ଗୁଜୁରାଟ ପରିବର୍ତ୍ତନ ପାର୍ଟି ଗଠନ କରିଥିଲେ । ଏବଂ ବିଧାନସଭାକୁ ନର୍ବାଚିତ ହୋଇଥିଲେ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣୁ ସେ ୨୦୧୪ରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ ।

Leave a Reply