ବ୍ରହ୍ମପୁରରେ ଫୁଟିଲା ଗୁଳି, ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଛାତିକୁ ଗୁଳିମାଡ଼

ବ୍ରହ୍ମପୁର: ପୁଣି ରକ୍ତରଞ୍ଜିତ ହେଲା ବ୍ରହ୍ମପୁର । ସୁମଣ୍ଡଳ ଗାଁରେ ଫୁଟିଲା ଗୁଳି । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସୁମଣ୍ଡଳ ଗ୍ରାମରେ ଚାଞ୍ଚଲ୍ୟକର ଘଟଣା। ଗାଁ ଛକରେ ଚା’ ପିଉଥିବାବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ସୂଚନା ଅନୁସାରେ ଦେବରାଜ ସକାଳ ସାଢେ ୮ଟା ବେଳେ ସୁମଣ୍ଡଳପୁର ଗାଁ ଛକରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିଲେ। ଏତିକି ବେଳେ ୩ ଜଣ ଦୁର୍ବୃତ୍ତ ଗାଡ଼ିରେ ଆସି ତାଙ୍କ ଉପରକୁ ଅତର୍କିତଭାବେ ୮ରାଉଣ୍ଡ ଗୁଳି ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ।
ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହତ୍ୟାକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବର୍ତ୍ତମାନ୍ କୋଦାଳ ଓ ବେଗୁନିଆପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ୮ଟି ଖୋକା ଜବତ ହୋଇଛି। ଦେବରାଜ ୨୦୦୨ ମସିହାରେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷ ଥିଲେ।