ଛାଡିଗଲା ରସିକ ବିଜେପି ନେତାଙ୍କ ରସିକପଣିଆ, ଗାଁ ଦାଣ୍ଡରେ କାନ-ନାକ ଧରି ହେଲେ ବସ ଉଠ

1 min read

ବାରଣାସୀ: ପୂର୍ବତନ ବିଧାୟକଙ୍କ ପ୍ରଚୁର ଅଭଦ୍ରାମୀ । ପୂର୍ବରୁ ବିଧାୟକ ଥିଲେ ଆଉ ଏବେ ଏକ କଲେଜର ଚେୟାରମ୍ୟାନ । କିନ୍ତୁ ନିଜ କୁକାର୍ଯ୍ୟ ପାଇଁ ଲାଗିଛି କଳାଦାଗ । ନେତା ଥିଲେ ହେଲେ ଭୁଲିଗଲେ ନୈତିକତା । ଜଣେ ଛାତ୍ରୀଙ୍କୁ ନିଜ ଅଫିସ ଚାମ୍ବରକୁ ଡାକି କରିଛନ୍ତି ଅଶ୍ଲିଳ ଇଙ୍ଗିତ । ଯାହାର ପରିଣାମ ବି ପଛରେ ପଡିଯାଇନି । ଖୋଦ ଗାଁ ଦାଣ୍ଡରେ କାନ-ନାକ ଧରି ବସ ଉଠ ହେଉଛନ୍ତି ଏହି ବ୍ୟକ୍ତି ଜଣଙ୍କ ।

ସୂଚନା ମୁତାବକ ଘଟଣାଟି ଘଟିଛି ଉତ୍ତରପ୍ରଦେଶ ବାରଣାସୀର ଚୌବେପୁର ଥାନା ଅଞ୍ଚଳରେ । ପୀଡିତା ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବତନ ବିଜେପି ବିଧାୟକ ତଥା କଲେଜ ମୁଖ୍ୟ ମାୟା ଶଙ୍କର ପାଠକ ତାଙ୍କୁ ଅଫିସକୁ ଡକାଇଥିଲେ । ପରେ ଏକୁଟିଆ ଅଫିସରେ ଥିବା ଅବସ୍ଥାରେ ତାଙ୍କ ସହ ଅଶ୍ଲିଳ ବ୍ୟବହାର କରିଥିଲେ ।

ଖବର ଜାଣିବା ପରେ ଗ୍ରାମବାସୀ ମାୟା ଶଙ୍କରଙ୍କ ମାୟା ଛଡାଇଦେଇଛନ୍ତି । ରୋଡ ମଝିରେ ପୂର୍ବତନ ବିଜେପି ବିଧାୟକଙ୍କୁ କାନ-ନାକ ଧରି ବସ ଉଠ କରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ପୋଲିସ ମଧ୍ୟ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି ।

Leave a Reply