କରୋନାରେ ଚାଲିଗଲେ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ୍ ସୋଲି ସୋରାବଜି

1 min read
Former Attorney General For India Soli Sorabjee Passed Away

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି । ଭାରତର ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ୍ ସୋଲି ସୋରାବଜୀଙ୍କ ଦେହାନ୍ତ କରୋନାରେ ହୋଇଛି । ବରିଷ୍ଠ ଓକିଲ, ପୂର୍ବ ଆଟର୍ଣ୍ଣିଂ ଜେନେରାଲ୍ ତଥା ପଦ୍ମ ବିଭୂଷଣ ସୋଲି ସୋରାବଜୀଙ୍କ ମୃତ୍ୟୁ ଆଜି ସକାଳେ ହୋଇଛି । ସେ ୧୯୮୯ରୁ ୯୦ ଏବଂ ପୁଣି ୧୯୯୮ରୁ ୨୦୦୪ ଯାଏ ଦେଶର ଆଟର୍ଣ୍ଣିଂ ଜେନେରାଲ୍ ଥିଲେ ।

୧୯୩୦ ମସିହାରେ ସୋଲି ସୋରାବଜୀ ବମ୍ବେରେ ଜନ୍ମ ଗ୍ରହଣ କରିଥିଲେ । ୧୯୫୩ରେ ବମ୍ବେ ହାଇକୋର୍ଟରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ୧୯୭୧ ମସିହାରେ ସେ ସୁପ୍ରିମକୋର୍ଟର ସିନିୟର କାଉନିସିଲ୍ ହୋଇଥିଲେ । ଦୁଇଥର ଦେଶର ଆଟର୍ଣ୍ଣିଂ ଜେନେରାଲ୍ ଭାବେ କାର୍ଯ୍ୟ କରିଥିଲେ ।

ଦେଶର ଜଣେ ବଡ଼ ମାନବାଧିକାର କର୍ମୀ ଭାବେ ସୋଲି ସୋରାବଜୀ ଜଣାଶୁଣା । ୧୯୯୭ ମସିହାରେ ସୋଲି ସୋରାବଜୀଙ୍କୁ ନାଇଜେରିଆ ବିଶେଷ ଦୂତଭାବେ ଜାତିସଂଘକୁ ପଠାଇଥିଲା । ପରେ ୧୯୯୮ରୁ ୨୦୦୪ ଯାଏ ମାନବ ଅଧିକାର ସମ୍ବନ୍ଧରେ ଓ ସଂରକ୍ଷଣ ଉପରେ ଜାତିସଂଘର ସବ୍-କମିଶନର ସଦସ୍ୟ ଓ ଅଧ୍ୟକ୍ଷ ଥିଲେ ।

 

 

ସୋଲି ସୋରବଜୀଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବର ଓ ବନ୍ଧୁବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave a Reply