ଭିଜିଲାନ୍ସ ଜାଲରେ ପୂର୍ବତନ ଏଏସଆଇ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

ମାଲକାନଗିରି: ନିଲମ୍ବିତ ପୂର୍ବତନ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ । ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ସମ୍ପତ୍ତି ଆକଳନ ପାଇଁ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ମାଲକାନଗିରି, ଜୟପୁର ଓ କୋରାପୁଟର ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ମାଲକାନଗିରି ସ୍ଥିତ ଭଡ଼ା ଘର, କୋରାପୁଟ ଏଲଆଇସି କଲୋନୀରେ ଥିବା ସମ୍ପର୍କୀୟଙ୍କ ଘର, କୋରାପୁଟ ଏଲଆଇସି କଲୋନୀରେ ଥିବା ସମ୍ପର୍କୀୟଙ୍କ ୩ ମହଲା କୋଠାରେ ଚଢ଼ାଉ ଚାଲିଛି । କୋରାପୁଟ ସୁନାବେଡ଼ା ଏଏଫ୍ କଲୋନୀରେ ଥିବା କ୍ବାର୍ଟର, ମେଘରାଜ କନଷ୍ଟ୍ରକ୍ସନ ସାଇଟରେ ଥିବା ଡୁପ୍ଲେକ୍ସରେ ଚାଲିଛି ରେଡ୍  । ଭିଜିଲାନ୍ସର ଏହି ଚଢ଼ାଉରେ ୩ ଡିଏସପି, ୫ ଇନ୍ସପେକ୍ଟର ଓ ଅନ୍ୟ ସଦସ୍ୟ ସାମିଲ ହୋଇଛନ୍ତି । କିଛିଦିନ ତଳେ ଗଞ୍ଜେଇ କାରବାରରେ ଗିରଫ ପରେ ନିଲମ୍ବିତ ହୋଇଥିଲେ ଜୟଦାସ ।