ଘର ଭିତରୁ ରେଞ୍ଜ ଫରେଷ୍ଟରଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ରେ ଚାଞ୍ଚଲ୍ୟ । ଘର ଭିତରୁ ପଞ୍ଚରିଡ଼ା ରେଞ୍ଜ ଫରେଷ୍ଟରଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର । ବାରମାସୀ ଦଣ୍ଡା ସ୍ଥିତ ଘରୁ ଫରେଷ୍ଟ ଶିଶିର ସାହୁଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଏଥିରେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହି ଘଟଣାରେ ହତ୍ୟା ନାଁ ଆତ୍ମହତ୍ୟା ତାହା ସ୍ପଷ୍ଟ ହାଇନାହିଁ । ଏହି ଘଟଣାରେ ମୃତ ଫରେଷ୍ଟରଙ୍କ ପୁଅକୁ ପୋଲିସ ପଚରାଉଚରା କରୁଛି ।

ତେବେ ଏତେ ବଡ଼ ଘଟଣା ଘଟିଥିଲେ ମଧ୍ୟ କେହି କେମିତି କିଛି ଜାଣିପାରିଲେନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ । ଶିଶିର ଏବଂ ତାଙ୍କ ସ୍ତ୍ରୀ ପୁଅ ଘରେ ଥିବା ବେଳେ ଗତ ବିଳମ୍ବିତ ରାତିରେ ହଠାତ୍ ଘରୁ ନିଆଁ ବାହାରିଥିଲା । ଘରୁ ବାହାରି ଚିତ୍କାର କରି ଘରେ ନିଆଁ ଲାଗିଯାଇଛି ବୋଲି ଲୋକଙ୍କୁ ଡାକିଥିଲେ ଶିଶିରଙ୍କ ସ୍ତ୍ରୀ । ଖବର ପାଇଁ ଫାୟାର ଟିମ ପହଞ୍ଚି ନିଆଁଙ୍କୁ ଆୟତ କରିଛି । ପୋଲିସ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।