ଜଙ୍ଗଲରୁ ଗଛ କାଟିବା ବେଳେ ବନ କର୍ମଚାରୀଙ୍କୁ ଧରି ଆଣ୍ଠେଇଲେ ଗ୍ରାମବାସୀ

Forester Along Two Employee Caught By Villagers During Tree Cut

ଚିଲିକା: ବାଡ଼ ଖାଉଛି ଫସଲ । ଜଙ୍ଗଲ ଧ୍ୱଂସ କରୁଛନ୍ତି ବନ ବିଭାଗ କର୍ମଚାରୀ । ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ବନ ବିଭାଗ କର୍ମଚାରୀ ଗଛ କାଟିବା ବେଳେ ଗ୍ରାମବାସୀଙ୍କ ହାତରେ ପଡ଼ି ହଟହଟା ହୋଇଛନ୍ତି । ଏସିଆ ମହାଦେଶର ବୃହତ ଶାଗୁଆନ୍ ଜଙ୍ଗଲ ଦାମିଆ ବରବରା ଉପରେ ଏବେ କାଠ ମାଫିଆଙ୍କ ସହ ବନ କର୍ମଚାରୀ ଲୋଲୁପ ଦୃଷ୍ଟି ପକାଇଛନ୍ତି ।

Forester Along Two Employee Caught By Villagers During Tree Cut

ଆଜି ଧୂଆଁନଳୀ ସେକ୍ସନର ୬ ନମ୍ବର ସେକ୍ସନ ଅରାଙ୍ଗ କିଆ ଗୋରଡ଼ା ଜଙ୍ଗଲରେ ଶାଗୁଆନ୍ ଗଛ କାଟୁଥିବା ବେଳେ ବନ କର୍ମଚାରୀଙ୍କୁ ଧରିଛନ୍ତି ଗ୍ରାମବାସୀ । କେତେଜଣ ବନ କର୍ମଚାରୀ ଏବଂ କାଠ କଟାଳି ଏକ ୧୦ ଫୁଟ୍ ଗୋଲେଇ ଶାଗୁଆନ୍ ଗଛକୁ କାଟି ସାରିଥିବା ବେଳେ ଜଙ୍ଗଲ ଜଗିବା ଦାୟିତ୍ୱରେ ଥିବା ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଛନ୍ତି । କଟାଳି ଏବଂ ଅନ୍ୟ କିଛି କର୍ମଚାରୀ ଖସି ପଳାଇଥିବା ବେଳେ ଜଙ୍ଗଲ ବିଭାଗର ତିନିଜଣ କର୍ମଚାରୀଙ୍କୁ ଗ୍ରାମବାସୀ ଧରି ଆଣ୍ଠେଇ ଦେଇଛନ୍ତି ।

Forester Along Two Employee Caught By Villagers During Tree Cut

ଫରେଷ୍ଟର ଧୁଶାସନ ନାୟକଙ୍କ ସହ ଅନ୍ୟ ଦୁଇଜଣ ବନ ରକ୍ଷକଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି । ଖବର ପାଇ ବାଣପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଆଦିବାସୀ ଅଞ୍ଚଳରେ ଥିବା ଏହି ଜଙ୍ଗଲ ପୂର୍ବରୁ ସିଆରପି ହାତରେ ନ୍ୟସ୍ତ ଥିଲା । ସିଆରପି ଅପସାରଣ ପରେ ଜଙ୍ଗଲରୁ ନିୟମିତ ଅବାଧ ଭାବେ ଗଛ କଟା ଚାଲିଥିବା ଅଭିଯୋଗ ହେଉଛି ।

Leave a Reply