ହାତୀ ଉପଦ୍ରବ ପାଇଁ ବନ କର୍ମଚାରୀ ଅଟକ

ମୟୁରଭଞ୍ଜ: ହାତୀ ଉପଦ୍ରବ ପାଇଁ ବନ କର୍ମଚାରୀ ଅଟକ । ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଉପଦ୍ରବ । ଦୁଧିଆଣି ରେଞ୍ଜ ଅଞ୍ଚଳରେ ଅଛନ୍ତି ୨୮ ଟିକିଆ ହାତୀପଲ ।

୫ ଟି ବ୍ଲକର ୧୦୦ ରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗତକାଲି ବିଳମ୍ବିତ ରାତ୍ରରେ ଦୁଧିଆଣି ରେଞ୍ଜ ବାରାପାଣପଶି ଗାଁରେ ହାତୀ ଆକ୍ରମଣରେ ଜଣେ ଆହତ ହେଇଛନ୍ତି  । ବାରମ୍ବାର ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ପୁରୁଣା ଦେଓଗାଁଲୋକ ୧୦ ଜଣ ଟିପିଏଫ୍ ଵନ ବିଭାଗ କର୍ମଚାରୀଙ୍କୁ ଗତକାଲି ବିଳମ୍ବିତ ରାତିରୁ ଗୋଟିଏ ଗାଡି ସହ ଅଟକ ରଖିଛନ୍ତି ।

ହାତୀପଲ ଯୋଗୁଁ ଲୋକମାନେ ଘର ସମୁଖରେ ନିଆଁ ଜାଳି ଜଗି ରହିଛନ୍ତି । ଗତକାଲି ବିଳମ୍ବିତ ରାତିରେ ହାତୀପଲ ଏକର ଏକର ଚାଷ ଜମି ନଷ୍ଟ କରିଛନ୍ତି । ନଷ୍ଟ କରୁଥିବା ଫସଲର ଯଥା ଶୀଘ୍ର ଆକଳନ କରି କ୍ଷୟକ୍ଷତି ବାବଦକୁ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି ହୋଇଛି ।