spot_img

Latest Posts

ଲଗାଣ ବର୍ଷାର ବିତ୍ପାତ ନେଇ ମାର୍ଗଦର୍ଶିକା ଜାରି କଲା ବନ ବିଭାଗ

ଭୁବନେଶ୍ୱର: ଲଗାଣ ବର୍ଷାର ବିତ୍ପାତ ନେଇ ମାର୍ଗଦର୍ଶିକା ଜାରି କଲା ବନ ବିଭାଗ। ବର୍ତ୍ତମାନ ଉପକୂଳ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା DFOଙ୍କ ସହ ଯୋଗାଯୋଗରେ ରହିଛି ବନବିଭାଗ। ମୁଖ୍ୟତଃ ବାଲୁଖଣ୍ଡ, ଭିତରକନିକା ବନବିଭାଗର ନଜରରେ ରହିଛି। ବନ୍ୟଜନ୍ତୁଙ୍କ ଭିତ୍ତିଭୂମିର ସୁରକ୍ଷା ନେଇ ସେମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ବନ୍ୟଜନ୍ତୁଙ୍କର ବର୍ଷାରେ ଯେପରି କ୍ଷତି ନ ହୁଏ, ସେ ଦିଗରେ ନଜର ରଖିବାକୁ DFO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ହାତୀ ମଣିଷ ସଂଘର୍ଷ ରୋକିବାକୁ ଜଙ୍ଗଲ ଓ ପରିବେଶ ବିଭାଗର ନୂଆ ପ୍ରଣାଳୀ। ଆଫ୍ରିକା ଦେଶରେ ମହୁମାଛି ବସାକୁ ଜଙ୍ଗଲରୁ ଗାଁକୁ ଆସୁଥିବା ରାସ୍ତାରେ ଲଗାଯାଏ। ଯେଉଁଥିପାଇଁ ବିରକ୍ତ ହୋଇ ହାତୀ ପୁଣି ଜଙ୍ଗଲ ମଧ୍ୟକୁ ଫେରିଯାଏ। ଆଠମଲ୍ଲିକ ଓ କେନ୍ଦୁଝରରେ ଏହିଭଳି ପାଇଲଟ ପ୍ରୋଜେକ୍ଟ ଚାଲିଛି। ଆସନ୍ତା ମାସରୁ ମାର୍ଚ୍ଚ ଯାଏ ଚାଷ ଋତୁ ଆସୁଛି। ସେ ସମୟରେ ମଣିଷ ହାତୀ ସଂଘର୍ଷ ଦେଖାଯାଏ। ସେ ସମୟରେ ଅନ୍ୟ ସ୍ଥାନରେ ଏହି ମହୁମାଛି ପ୍ଲାନକୁ ପ୍ରୟୋଗ କରାଯିବ ବୋଲି ସୂଚନା ଦିଆଯାଇଛି।

ଆରମ୍ଭ ହେବ ଗଜ ସାଥୀ ଯୋଜନା। ହାତୀର ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ଦେବାକୁ ବନ ସୁରକ୍ଷା ସମିତି ସଦସ୍ୟଙ୍କୁ ଗଜ ସାଥୀ ରୂପେ ନିୟୋଜିତ କରାଯିବ। ସେମାନଙ୍କୁ ବାଣ, ଲାଇଟ ଭଳି ଉପକରଣ ଯୋଗାଇ ଦିଆଯିବ। ପ୍ରତି ବନ ସୁରକ୍ଷା ସମିତିର ପାଞ୍ଚ ଜଣଙ୍କୁ ଗଜ ସାଥୀ ରୂପେ ଦାୟିତ୍ୱ ଦେବାକୁ ଯୋଜନା କରାଯାଉଛି। ଏଥିପାଇଁ ପ୍ରତି ବନ ସୁରକ୍ଷା ସମିତିକୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯିବ। ଚନ୍ଦକା, ବାଦାମ ପାହାଡ଼ ଓ ଶିମିଳିପାଳରେ ହାତୀଙ୍କ ବେକରେ ରେଡ଼ିଓ କଲର ଲଗାଯିବ। ବେଙ୍ଗାଳୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏହାର ଦାୟିତ୍ୱ ନେଇଛି। ଚଳିତ ସପ୍ତାହରେ ୩ଟି ହାତୀଙ୍କ ରେଡ଼ିଓ କଲାରିଂ କରାଯିବ ସୂଚନା ଦେଇଛନ୍ତି PCCF ଶଶୀ ପଲ।

Latest Posts

Don't Miss