ହାତୀ ଆକ୍ରମଣରେ ଆହତ ବନ କର୍ମଚାରୀଙ୍କ ମୃତ
1 min readବଲାଙ୍ଗୀର: ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ମୃତ । ବଲାଙ୍ଗୀର କଣ୍ଟାବାଞ୍ଜି ରେଞ୍ଜ ଢୋଲମାନ୍ଦଲ ସେକ୍ସନ ବାନ୍ଧନପାଲୀ ଗାଁ ନିକଟରେ ତିନି ଜଣ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା ହାତୀ । ଗୁରୁତର ଥିବା ବନ କର୍ମଚାରୀ ରୁପେଶ ଛତ୍ରିଆଙ୍କ ମୃତ୍ୟୁ ଘଟିଛି ।
ଗୋଠଛଡ଼ା ଦନ୍ତାକୁ ଘଉଡାଇବା ବେଳେ ହାତୀ ଆକ୍ରମଣରେ ତିନି ବନ କର୍ମଚାରୀ ଆହତ ହୋଇଥିଲେ । ଏଥିରେ ୨ ଜଣ ଗୁରୁତର ହୋଇପଡିଥିଲେ । ଗୁରୁତର ରୂପେଶଙ୍କ ଆଜି ମୃତ୍ୟୁ ଘଟିଛି । ପ୍ରଶାନ୍ତ ନାୟକ ନାମକ ଅନ୍ୟ ଜଣେ ବନ କର୍ମଚାରୀ ଏବେ ବି ଗୁରୁତର ଅଛନ୍ତି । ପାରାଷ୍ଟାଫ୍ ତାରେଶ୍ୱର ରଣା ନାମକ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି I ବଲାଙ୍ଗୀର ମେଡିକାଲରେ ବଲାଙ୍ଗୀର ଡିଏଫଓ ଡିଏଫଓଙ୍କ ସହ ବନ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝାସୁଝା କରିଛନ୍ତି I
ଗତ ୧୫ ଦିନ ହେଲା ଗୋଠଛଡା ହାତୀ ଆତଙ୍କ ସୃଷ୍ଟି କରିଥିଲା । ହାତୀ ଘଉଡାଇବାକୁ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଓ ତୁରେକେଲା ରେଞ୍ଜର ପାଖାପାଖି ୩୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ I ଘଉଡାଇବା ସମୟରେ ହାତୀଟି ବୁଲି ପଡ଼ି ଆକ୍ରମଣ କରିଥିଲା । ଜୀବନ ରକ୍ଷା ପାଇଁ କର୍ମଚାରୀମାନେ ଯିଏ ଯୁଆଡେ ଦୌଡ଼ି ଚାଲିଯାଇଥିଲେ I ହାତୀ ୩ ଜଣକୁ ପାଖରେ ପାଇ ଆକ୍ରମଣ କରିଥିଲା I ଉପସ୍ଥିତ କର୍ମଚାରୀ ପାଟି ଧାଇଁ ଆସିବାରୁ ହାତୀ ଚାଲିଯାଇଥିଲା I ପରେ ସେମାନଙ୍କୁ ଉଦ୍ଧାର କରି ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା I ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା ।