ହାତୀ ପାଇଁ ବନବିଭାଗ ଲେଖିଥିଲା ଚିଠି, ଶୁଣିଲାନି ରେଳ ବିଭାଗ

1 min read

ଅନୁଗୁଳ: ଜେରେଙ୍ଗ ନିକଟରେ ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣାରେ ରେଳ ବିଭାଗକୁ ଦାୟୀ କଲା ବନ ବିଭାଗ । ଅଞ୍ଚଳରେ ହାତୀ ବୁଲୁଥିବାରୁ ସଜାଗ ଥିଲା ବନ ବିଭାଗ । ଗତକାଲି ସନ୍ଧ୍ୟାରେ ହାତୀ ପଲ ଜରପଡ଼ା ଦେଇ ଯାଇଥିବା ରେଳ ଧାରଣା ଅତିକ୍ରମ କରିବାର ସମ୍ଭାବନା ଥିବାରୁ ବନ ବିଭାଗ ହାତୀର ଗତିପଥ ଉପରେ ନଜର ରଖିଥିଲା । ଏହାସହ ରେଳ ବିଭାଗକୁ ଏ ନେଇ ସୂଚନା ଦିଆଯାଇଥିଲା ।

ଏହି ରାସ୍ତା ଅତିକ୍ରମ ବେଳେ ଟ୍ରେନର ସ୍ପିଡ୍‌ ଘଣ୍ଟା ପ୍ରତି 50 କିଲୋମିଟରରୁ କମ ରଖିବାକୁ ଚିଠି ଲେଖାଯାଇଥିଲା । ଚିଠିର EXCLUSIVE କପି ନନ୍ଦିଘୋଷ ଟିଭି ହାତରେ ଲାଗିଛି । ତେବେ ଚିଠି ଲେଖି ରେଳ ବିଭାଗକୁ ସୂଚନା ଦିଆଯିବା ସତ୍ତ୍ୱେ ସମ୍ବଲପୁର-ଶାଲିମାର ଟ୍ରେନ୍‌ର ସ୍ପିଡ୍‌ ଅଧିକ ଥିଲା । ସେହି ସମୟରେ ଗୋଠଛଡ଼ା ଦନ୍ତା ହାତୀଟି ରେଳଧାରଣା ପାର ହେଉଥିଲା ଏବଂ ତାକୁ ଟ୍ରେନ ଧକ୍କା ଦେଇଥିଲା । ଅଧିକ ତଦନ୍ତ ଜାରି ରହିଥିବା ଅନୁଗୁଳ DFO ବିବେକ କୁମାର ସୂଚନା ଦେଇଛନ୍ତି।