ବନ ବିଭାଗର ନିଆରା ପ୍ରୟାସ, ପ୍ରସ୍ତୁତ କରିଛନ୍ତି ଆୟୁର୍ବେଦ ଜଙ୍ଗଲ..

Ayurveda Jungle

କୋରାପୁଟ: କେଉଁଠି ବକୁଳ ତ କେଉଁଠି ଚନ୍ଦନ । କେଉଁଠି ରୁଦ୍ରାକ୍ଷ ତ କେଉଁଠି ଚମ୍ପକ ବନ । ଲୋକଙ୍କୁ ଆୟୁର୍ବେଦ ମୁହାଁ କରିବାକୁ କୋରାପୁଟ ବନ ବିଭାଗ ପକ୍ଷରୁ ନିଆରା ପ୍ରୟାସ । କେମିକାଲ ଦୂନିଆରୁ ଏବେ ଲୋକେ ଆୟୁର୍ବେଦ ମୁହାଁ ହେଲେଣି । କିନ୍ତୁ କଂକ୍ରିଟ ଜଙ୍ଗଲରେ ଗଛ ନିଜ ସତ୍ତା ହରାଉଥିବାରୁ ଏହା ସହଜରେ ଉପଲବ୍ଧ ହୋଇପାରୁ ନାହିଁ । ବିଲୁପ୍ତ ହେବାକୁ ବସିଲାଣି ଅନେକ ଔଷଧୀୟ ବୃକ୍ଷ । ଏହାକୁ ଦୃଷ୍ଟିରେ ରଖି କୋରାପୁଟ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ନୂଆ ପ୍ରୟାସ । ଜୟପୁରରେ ୧୩ ଏକର ଜଙ୍ଗଲରେ ଲଗାଯାଇଛି ବିଭିନ୍ନ ଔଷଧୀୟ ବୃକ୍ଷ । ବିଭାଗର ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ମିଳିଛି ପ୍ରଶଂସା ।

ଏହି ୧୩ ଏକର ଜଙ୍ଗଲରେ ଅଁଳା, ଡାଳିମ୍ବ, ନରକୋଳି, ଚନ୍ଦନ, ରୁଦ୍ରାକ୍ଷ, ବକୁଳ ସହ ଅଶୋକ, ଅର୍ଜୁନ, ରିଠା, ଫଣଫଣା, ପୁତ୍ରଞ୍ଜିବା ପରି ବିରଳ ଜାତିର ଗଛ ଲଗାଯାଇଛି । ଜଙ୍ଗଲ ଜମିରେ ଆଧୁନିକ ପଦ୍ଧତିରେ ଏପରି ଔଷଧିୟ ବୃକ୍ଷ ରୋପଣ କରିବା ବନ ବିଭାଗ ପାଇଁ ପ୍ରଥମ । ଏଥିପାଇଁ ଅନେକ ରୋଜଗାର ପାଇଛନ୍ତି । ଯାହାକୁ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ଲୋକେ ଆସୁଥିବାବେଳେ ଏହି ପରିବେଶରେ ସମୟ ବିତାଇବାକୁ ଭଲ ପାଉଛନ୍ତି । ବନ ବିଭାଗର ଏପରି ଉଦ୍ୟମକୁ ଲୋକେ ପ୍ରଶଂସା କରିଛନ୍ତି । ଏହା ଆଗକୁ ଆୟୁର୍ବେଦକୁ ବରଦାନ ସାଜିବ ବୋଲି କହିଛନ୍ତି ବୁଦ୍ଧିଜୀବୀ ଓ ପର୍ଯ୍ୟଟକ ।

Leave a Reply