ଫାଶରେ ପଡ଼ିଥିବା ବାଘକୁ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ଆସିକା: ବାରହା ଫାଶରେ ପଡ଼ିଥିବା କଲରାପତରିଆ ବାଘ ଉଦ୍ଧାର ହୋଇଛି । ବନ ବିଭାଗ ଓ ଗ୍ରାମବାସୀଙ୍କ ଉଦ୍ୟମରେ ବାଘକୁ ଉଦ୍ଧାର କରାଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ବନାଞ୍ଚଳ ନଗୁଡୁ ବଡ଼ପଥରର ଏକ ବାରହା ଫାଶରେ କଲରାପତିଆ ପଡ଼ି ଯାଇଥିଲା । ବାଘ ଫାଶରେ ପଡ଼ିବା ଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ ।
ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଦୁଇଟି ଜେସିବି ସାହାଯ୍ୟରେ ଦୀର୍ଘ ସମୟର କସରତ ପରେ ବାଘକୁ ଉଦ୍ଧାର କରାଯାଇଛି । ବାଘକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଛି । ତେବେ ଉଦ୍ଧାର ସମୟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବନବିଭାଗ ଅଧିକାରୀ କହିଛନ୍ତି ।