ବନ ବିଭାଗ ଜାଲରେ ଜଙ୍ଗଲୀ ଭାଲୁ

ନବରଙ୍ଗପୁର : ନବରଙ୍ଗପୁର ବନ ବିଭାଗ ଜାଲରେ ଜଙ୍ଗଲୀ ଭାଲୁ । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରେଞ୍ଜ ଅଧିନ ବରଗାଁରେ ଦୀର୍ଘଦିନ ଧରି ଏକ ଜଙ୍ଗଲୀ ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା । ଘର ଗୁଡିକ ଭିତରକୁ ପଶି ଖାଦ୍ୟ ଖାଇବା ସହ ଆତଙ୍କ ସୃଷ୍ଟି କରିଥିଲା । ଗ୍ରାମବାସୀ ଭୟଭୀତ ହୋଇ ରହୁଥିଲେ । ଗ୍ରାମବାସୀ ଖବର ଦେବା ପରେ ଭାଲୁକୁ କାବୁ କରିଛି ବନ ବିଭାଗ ।

ଗାଁ ନିକଟରେ ଥିବା ଏକ ନିର୍ମାଣଧୀନ ଘର ଭିତରେ ପଶି ରହିଥିବା ଖବର ପାଇବା ପରେ ବନବିଭାଗ ଯନ୍ତା ବସେଇ ଭାଲୁ ଟିକୁ ଧରିଥିଲା । ନବରଙ୍ଗପୁର ଡିଏଫଓ ଶୁଭେନ୍ଦୁ ବେହେରାଙ୍କ ନିଦ୍ଦେଶରେ ସ୍ୱତନ୍ତ୍ର ଟିମ ସହ ଜଙ୍ଗଲୀ ଜନ୍ତୁ ଉଦ୍ଧାର କାରୀ ଦଳ ଗାଁରୂ ଭାଲୁଟିକୁ ଧରିଥିଲେ । ଭାଲୁଟିକୁ ଦୂର ଜଙ୍ଗଲରେ ଛଡାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।