ବୁଢ଼ା ନଦୀରେ କୁମ୍ଭୀର ଆତଙ୍କ, ନ ଯିବାକୁ ସଚେତନ କଲା ବନବିଭାଗ

ଯାଜପୁର: ବୁଢ଼ା ନଦୀରେ କୁମ୍ଭୀର ଆତଙ୍କ । ନଦୀକୁ ନଯିବାକୁ ସଚେତନ କଲା ବନବିଭାଗ । ଆଜି ସିମିଳିଆ ପଞ୍ଚାୟତ ଉଆସାହି ନିକଟ ବୁଢ଼ା ନଦୀରେ ଏକ ବଡ କୁମ୍ଭୀର ଦେଖି ସ୍ଥାନୀୟ ଲୋକେ ଭୟଭୀତ ।
ତେବେ ଦୁଇ ଦିନ ପୂର୍ବରୁ ବୁଢ଼ା ପୋଲ ନିକଟରେ ଦେଖା ଦେଇଥିବା ବେଳେ ଆଜି ଉଆସାହୀ ନିକଟରେ ଦେଖା ଦେଇଥିବାରୁ ନଦୀକୂଳିଆ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସେପଟେ ବନ ବିଭାଗ ପକ୍ଷରୁ ବିଭିନ୍ନ ଜାଗାରେ ପୋଷ୍ଟ ମାରିବା ସହ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ମାଇକ ଦ୍ୱାରା ନଦୀକୁ ନିଜ ପିଲାଙ୍କୁ ନ ଛାଡ଼ିବା ସହ ନିଜେ ମଧ୍ୟ ନଦୀକୁ ନଯିବାକୁ ବାରଣ କରିଛନ୍ତି । କେହି ନଦୀ ଭିତରୁ ନଯିବାକୁ ସଚେତନ କରାଇଛନ୍ତି ।