spot_img

Latest Posts

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ

ରାଜନଗର: ବନ କର୍ମଚାରୀଙ୍କୁ ଜଳଦସ୍ୟୁଙ୍କ ଆକ୍ରମଣ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବନବିଭାଗ କର୍ମଚାରୀମାନେ ଜଳଦସ୍ୟୁ ମାନଙ୍କ ଦ୍ଵାରା ଆକ୍ରମଣର ଶିକାର ହୋଇଛନ୍ତି। ବନବିଭାଗର ଏକ ୧୧ ଜଣିଆ ପାଟ୍ରୋଲିଂ ଟିମ୍ ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ବିରଳ ଅଲିଭି ରିଡ଼ଲେଙ୍କୁ ସୁରକ୍ଷା ପାଇଁ ପେଟ୍ରୋଲିଂ କରୁଥିଲେ।

୧୫ ରୁ ୨୦ ଟି ଟ୍ରଲରରେ ମାଫିଆ ବେଆଇନ୍ ଭାବେ ମାଛ ମାରୁଥିଲେ। ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ଟ୍ରଲର ମାଫିଆ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମକୁ ଘେରି ଯିବା ସହ ଆକ୍ରମଣ କରିଥିଲେ। ବନବିଭାଗର କର୍ମଚାରୀ ଧାମରା ସାମୁଦ୍ରିକ ଥାନାକୁ ଖବର ଦେଇଥିଲେ।

ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପାଇଁ ଗହୀରମଥା ନୀଳ ଜଳରାଶି ଅନେକ ଥର ରକ୍ତ ରଞ୍ଜିତ ହୋଇଛି । ଅନେକ ଥର ବନ କର୍ମଚାରୀଙ୍କ ସହ ଜଳଦସ୍ୟୁ ମୁହାଁମୁହିଁ ହୋଇଛନ୍ତି। ବନ କର୍ମଚାରୀଙ୍କ ସହ ମଧ୍ୟ ଜଳଦସ୍ଯୁ ନିହତ ହୋଇଛନ୍ତି।

Latest Posts

Don't Miss