ମୟୂରଭଞ୍ଜ ଜିଲ୍ଲାର ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

Forest Department Arresting Two For Forest Fire In Mayurbhanj

କରଞ୍ଜିଆ: ଜଙ୍ଗଲ ଜଳୁଛି, ପରିବେଶ ନଷ୍ଟ ହେଉଛି । ଖାଲି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ କାହିଁକି ରାଜ୍ୟର ଅଧିକାଂଶ ଜଙ୍ଗଲେ ନିଆଁ ଲାଗିଛି । ବନାଗ୍ନି ବ୍ୟାପିବା ଫଳରେ ଜୈବ ବିବିଧତା ନଷ୍ଟ ହେବା ସହ ବିପଦରେ ପଡ଼ିଛି ବନ୍ୟଜନ୍ତୁଙ୍କ ଜୀବନ । ତେବେ, ବନାଗ୍ନି ପଛରେ କିଏ ? ସମସ୍ତଙ୍କ ମନରେ ଏହାକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

Forest Department Arresting Two For Forest Fire In Mayurbhanj

ଶିମିଳିପାଳ ସହ ନିକଟବର୍ତ୍ତୀ ବିଭିନ୍ନ ଆଖପାଖ ଜଙ୍ଗଲ ପ୍ରାୟ ୧୦ ଦିନ ହେଲା ଜଳୁଛି । ଆପ୍ରାଣ ଉଦ୍ୟମ କରି ଦିନରାତି କରି ବନ ବିଭାଗ ଓ ଅନ୍ୟ କର୍ମଚାରୀ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରୁଛନ୍ତି । ଗୋଟିଏ ସ୍ଥାନରେ ନିଆଁ ଆୟତ୍ତ ହେଉଥିବା ବେଳେ ଅନ୍ୟ ସ୍ଥାନରେ ଲାଗି ଯାଉଛି । ପାହାଡ଼କୁ ପାହାଡ଼, ଜଙ୍ଗଲରୁ ଜଙ୍ଗଲକୁ ବ୍ୟାପି ଯାଉଛି ନିଆଁ । ତେବେ,ଏହି ନିଆଁ ମନ୍ୟୁଷ କୃତ ।

Forest Department Arresting Two For Forest Fire In Mayurbhanj

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଦୁଧିଆଣି ରେଞ୍ଜ ବାଦାମପାହାଡ଼ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗରେ ବନ ବିଭାଗ ଜଣଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ଆମ୍ବତଳିଆ ଗାଁର ପ୍ରଧାନ ହେମ୍ବ୍ରମ । ସୋମବାର ପାଟ୍ରୋଲିଂ ବେଳେ ବନ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Forest Department Arresting Two For Forest Fire In Mayurbhanj

ସେହିଭଳି ମଙ୍ଗଳବାର ଶିମିଳିପାଳ ନିକଟବର୍ତ୍ତୀ ଦୁଧିଆଣି ରେଞ୍ଜର ଖଡ଼ିକୁଦର ଜଙ୍ଗରେ ନିଆଁ ଲଗାଉଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଧରିଛି ବନ ବିଭାଗ । ସ୍ଥାନୀୟ ଅଞ୍ଚଳର ଯୁବକ ସାଲୁ ତିଉଙ୍କୁ ବନ ବିଭାଗ ଗିରଫ କରିଛି । ଯୁବକଙ୍କ ନିକଟରୁ ୨୧ଟି ଫାସ ବନ ବିଭାଗ ଜବତ କରିଛି ।

Leave a Reply