ସୁବର୍ଣ୍ଣପୁରରେ ବଢ଼ୁଛି ବିଦେଶୀ ପକ୍ଷୀଙ୍କ ଆଗମନ; ବିରଳ ପ୍ରଜାତିକୁ ଦେଖିବାକୁ ଜମୁଛି ଭିଡ଼

ସୁବର୍ଣ୍ଣପୁର: ବିଦେଶୀ ପକ୍ଷୀଙ୍କ ଆଗମନ । ଅନୁକୂଳ ଜଳବାୟୁ ପାଇଁ ସାଇବେରିଆ ପକ୍ଷୀଙ୍କ ସମାଗମରେ ସୌନ୍ଦର୍ଯ୍ୟମୟ ହୋଇଛି ମହାନଦୀ ପଠା । ହଜାର ହଜାର ସଂଖ୍ୟାରେ ଉତ୍ତର ଆମେରିକା ଓ ସାଇବେରିଆର ଏଠାରେ ପକ୍ଷୀଙ୍କୁ ଦେଖିବାକୁ ମିଳିଛି । ବିରଳ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ପକ୍ଷୀପ୍ରେମୀଙ୍କ ସୁଅ ଛୁଟୁଛି । ଶୀତରେ ସୌନ୍ଦର୍ଯ୍ୟମୟ ସୁବର୍ଣ୍ଣପୁର । ବିଦେଶାଗତ ପକ୍ଷୀଙ୍କ ଆଗମନ । ଆକର୍ଷଣ କରୁଛି ପ୍ରାକୃତିକ ପରିବେଶ ଓ ଜଳବାୟୁ । ବିଦେଶୀ ପକ୍ଷୀଙ୍କ କଳରାବରେ ଗୁଞ୍ଜରିତ ହେଉଛି ମହାନଦୀ ଓ ତେଲନଦୀ ଅବବାହିକା । ଶୀତୁଆ ସକାଳକୁ ଆହୁରି ଆକର୍ଷିତ କରୁଛନ୍ତି ଉତ୍ତର ଆମେରିକା ଓ ସାଇବେରିଆକୁ ଉଡିଆଥିବା ପକ୍ଷୀ । କମନ ମାର୍ଗନ୍ସର, ରୁଡି ଶେଲଡକ, ରେଡ୍ କ୍ରେଷ୍ଟେଡ୍ ପୋଚାର୍ଡ, ରୋଜି ଷ୍ଟର୍ଲିଙ୍ଗ ଆଦି ବିରଳ ପ୍ରଜାତିର ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଏମାନଙ୍କୁ ଦେଖିବାକୁ ପକ୍ଷୀପ୍ରେମୀଙ୍କ ସୁଅ ଛୁଟୁଛି ।

ଅନୁକୂଳ ଜଳବାୟୁ ପାଇଁ ଜିଲ୍ଲାରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ପ୍ରାୟ ୨୨୦ ପ୍ରଜାତିର ହଜାର ହଜାର ପକ୍ଷୀଙ୍କୁ ଗଣନା କରାଯାଇଛି । ସେପଟେ ଏହି ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ପକ୍ଷୀପ୍ରେମୀ ଓ ପରିବେଶବିତ୍ ବାଦି କରିଥିବା ବେଳେ ବନ ବିଭାଗ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛି । ବିଦେଶାଗତ ପକ୍ଷୀ ପାଇଁ ସୌନ୍ଦର୍ଯ୍ୟମୟ ମହାନଦୀ ପଠା । ତେବେ ଏମାନଙ୍କ ସୁରକ୍ଷା ପାଇଁ ଜନସଚେତତନା ଜରୁରୀ ହୋଇପଡିଛି ।

Leave a Reply