ଅପରେସନ ସିନ୍ଦୂରକୁ ଜଷ୍ଟିସ ଇଜ୍ ସର୍ଭଡ କହିଲା ଆର୍ମି ; ୨୫ ମିନିଟରେ ଆତଙ୍କବାଦ ନିପାତ୍
1 min read
ସିନ୍ଦୂରର ଜବାବ ଦେଲା ‘ଅପରେସନ ସିନ୍ଦୂର’ । ପାକିସ୍ତାନ ଓ ପିଓକେର ୯ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କଲା ଭାରତୀୟ ସଶସ୍ତ୍ର ବାହିନୀ । ସୂଚନା ଅନୁଯାୟୀ ‘ଅପରେସନ ସିନ୍ଦୂର’ ମଙ୍ଗଳବାତ ରାତି ୧.୦୫ରେ ଆରମ୍ଭ ହୋଇ ୧.୩୦ରେ ଶେଷ ହୋଇଥିଲା । ୨୫ ମିନିଟରେ ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରି ଆଙ୍କବାଦୀଙ୍କ ଆଡ୍ଡାକୁ ନିପାତ କରାଯାଇଥିଲା । ଭାରତ ଏହି ଅଭିଯାନର ନାମ ଦେଇଥିଲା ‘ଅପରେସନ ସିନ୍ଦୂର’ । ସାମ୍ୱାଦିକ ସମ୍ମିଳନୀରେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିମ୍ରି । ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୩୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି ।
ପ୍ରେସମିଟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ, ଏପ୍ରିଲ ୨୨ରେ ପହଲଗାଓଁରେ ହୋଇଥିଲା ବର୍ବର କାଣ୍ଡ । ୨୬ ନିରୀହ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । କାଶ୍ମୀରକୁ ଯେଭଳି ପର୍ଯ୍ୟଟକ ନଆସିବେ ତାହା ଥିଲା ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟ । ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ମୁଣ୍ଡରେ ଗୁଳି ମାରିଥିଲେ ଆତଙ୍କୀ । ପରିବାର ଲୋକଙ୍କ ସାମ୍ନାରେ ଗୁଳି ମାରି କରିଥିଲେ ହତ୍ୟା । ସମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି, ଜମ୍ମୁ-କାଶ୍ମୀରର ବିକଶ ରୋକିବା ଏବଂ ଅଶାନ୍ତି ସୃଷ୍ଟି କରିବାକୁ ଏହି ଆକ୍ରମଣ ହୋଇଥିଲା । ଆଜି ଭାରତ ଏହାର ଜବାବ ଦେଇଛି । ନ୍ୟାୟ ପାଇଁ ଲଞ୍ଚ କରିଛି ‘ଅପରେସନ ସିନ୍ଦୂର’ । ଅପରେସନ ସିନ୍ଦୂର ବେଳେ ଲୋକଙ୍କୁ କ୍ଷତି ନହେବା ଲାଗି ଦୃଷ୍ଟି ରଖାଯାଇଥିଲା । ଅନେକ ଦିନ ଧରି ଆତଙ୍କୀଙ୍କୁ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦେଇ ଆସୁଛି ପାକିସ୍ତାନ । ପାକିସ୍ତାନର ଏହି ଚରିତ୍ର ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସର୍ବବିଦିତ । ତେଣୁ ବିଭିନ୍ନ ଆତଙ୍କୀ ଶିବିର ଉପରେ କରାଯାଇଥିଲା ଏୟାର ଷ୍ଟ୍ରାଇକ । ପାକିସ୍ତାନର କେତେକ ଆତଙ୍କବାଦୀଙ୍କ ଶିବିରକୁ କରାଯାଇଥିଲା ଟାର୍ଗେଟ । ପାକିସ୍ତାନର ମୋଟ ୯ଟି ସହରର ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା।
ଭାରତ ୨୫ ମିନିଟରେ ୨୧ ଟି ଟାର୍ଗେଟ ଉପରେ ଆକ୍ରମଣ
କର୍ଣ୍ଣେଲ ସୋଫିଆ କୁରେଶୀ ପ୍ରେସମିଟରେ ଏହି ଅପରେସନର ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ। ସେ କହିଛନ୍ତି ଯେ, ରାତି ୧:୦୫ ରେ ପାକିସ୍ତାନ ଉପରେ ଆକ୍ରମଣ ଆରମ୍ଭ ହୋଇଥିଲା। ଏହି ଅପରେସନରେ ୯ଟି ସ୍ଥାନରେ ଆକ୍ରମଣ କରାଯାଇଥିଲା। ଏହି ଅପରେସନ୍ ଅପରାହ୍ନ ୧.୦୫ ରୁ ୧.୩୦ ପର୍ଯ୍ୟନ୍ତ ଚାଲିଥିଲା। ଗୁଇନ୍ଦା ସୂଚନା ଆଧାରରେ ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା। । ପାକିସ୍ତାନ ଏବଂ ପିଓକେ ଉଭୟର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଆମେ ସାଧାରଣ ଲୋକଙ୍କର କୌଣସି କ୍ଷତି କରିନାହୁଁ। ସର୍ବପ୍ରଥମେ, ସୱାଇ ନାଲା ଶିବିରକୁ ଟାର୍ଗେଟ କରାଯାଇଥିଲା। ଏହା ସହ ଜୈଶ ଏବଂ ଲସ୍କରର ଶିବିରଗୁଡ଼ିକୁ ଟାର୍ଗେଟ କରିଥିଲୁ। ୯ଟି ସହରର ୨୧ଟି ଟାର୍ଗେଟ ଉପରେ ଆକ୍ରମଣ କରାଯାଇଥିଲା। ବିଭିନ୍ନ ଆତଙ୍କବାଦୀ ସଂଗଠନର ଶିବିରକୁ ଧ୍ୱଂସ କରାଯାଇଥିଲା ।