ଛାତ୍ରମାନେ ବସ୍‌ ଭିତରେ ବସି ଯାଇଥିଲେ ଆଉ ଗୁଳିଚାଳନା ଆରମ୍ଭ ହୋଇଗଲା, ପିଏମଙ୍କ ଫୋନକଲରେ ଅଟକିଗଲା….

ନୂଆଦିଲ୍ଲୀ: ୟୁକ୍ରେନ୍‌ ଯୁଦ୍ଧ ସମୟରେ ଭାରତୀୟ ଛାତ୍ରଙ୍କୁ ୟୁକ୍ରେନରୁ ଫେରାଇ ଆଣିବା କାମ ଥିଲା ଖୁବ୍‌ କାଠିକର । ପାଦେ ପାଦେ ବିପଦ ଥିଲା ।  କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରି  ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବରେ ସେଠାରୁ ଫେରାଇ ଆଣିବାର ରାସ୍ତା ବାହାର କରିଥିଲେ ।  ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ବୁଧବାର ଲୋକସଭାରେ ଅପରେସନ୍‌ ଗଙ୍ଗାକୁ ନେଇ କିଛି ସୂଚନା ଦେଇଛନ୍ତି ।  ସେ କହିଛନ୍ତିଯେ ଏଭଳି ସଙ୍କଟରେ ସୁମିରେ ଛାତ୍ରମାନେ ବସ ମଧ୍ୟରେ ବସି ଯାଇଥିଲେ  । ଅଚାନକ ଉଭୟ ପାର୍ଶ୍ୱରୁ ଗୁଳି ଚାଳନା ହେଲା । ସେହି ସମୟରେ ନିଜେ ପ୍ରଧାନମନ୍ତ୍ରୀ ମୋର୍ଚ୍ଚା ସମ୍ଭାଳିଥିଲେ ଏବଂ ଛାତ୍ର ମାନଙ୍କୁ ସୁରକ୍ଷିତ ଫେରିବା ପାଇଁ ସାହସ ଦେଇଥିଲେ ।

କେମିତି ଥିଲା ସେ କାଳ ସମୟ..

ଖାରକିଭରେ ଗୁଳିଚାଳନା ଚାଲିଥାଏ । ସୁମିରେ ଋଷ୍‌ ,ଏବଂ ୟୁକ୍ରେନ୍‌ ମଧ୍ୟରେ ଗୁଳିଚାଳନା ମାଧ୍ୟମରେ ଘମାଘୋଟ ଯୁଦ୍ଧ ଜାରି ରହିଥାଏ । ସେହି ସମୟରେ ଅଚାନକ ପ୍ରଧାନମନ୍ତ୍ରୀ ମୋଦି ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଫୋନ୍‌ କଲ କଲେ । ଖାରକିବରେ ଗୁଳିଚାଳନା ବନ୍ଦ କରିବାକୁ କହିଲେ । ଏହା ସହିତ ଆମ ଛାତ୍ର ବିପଦ ମଧ୍ୟରେ ଅଛନ୍ତି ବୋଲି ପୁତିନଙ୍କୁ କହିଥିଲେ । ଶେଷରେ ସେଠାରେ କିଛି ସମୟ ପାଇଁ ଗୁଳିଚାଳନା ବନ୍ଦ ହୋଇଥିଲା ଏବଂ ଭାରତୀୟ ଛାତ୍ର ସୁରକ୍ଷିତ ଭାବରେ ଫେରିବାରେ ସକ୍ଷମ ହୋଇଥିଲେ । ତେବେ ପ୍ରଧାନମନ୍ତ୍ରୀ କେବଳ ପୁତିନ୍‌ ନୁହଁନ୍ତି ବରଂ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମଧ୍ୟ ସମାନ କଥା ହୋଇଥିଲେ । ୟୁକ୍ରେନ୍‌ ସୈନ୍ୟ ମଧ୍ୟ ସୁରକ୍ଷା ପ୍ରଦାନ କରିଥିଲେ ।

ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଛାତ୍ରମାନଙ୍କ ସାହସକୁ ମଧ୍ୟ ଜୟ ଶଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତିଯେ, ଛାତ୍ରମାନେ ଯେଉଁ କଷ୍ଟ ସହିଛନ୍ତି ସେଥିପାଇଁ ମୋ ପାଖରେ କିଛି ଶବ୍ଦ ନାହିଁ ।