ଓକାକ ସିଓଙ୍କ ହ୍ବାଟସଆପ୍‌ ହ୍ୟାକ୍ ଓ ଠକେଇ ପଛରେ ନାଇଜେରିଆ ଲିଙ୍କ୍

ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ସିଇଓଙ୍କ ହ୍ବାଟସଆପ୍‌ ହ୍ୟାକ୍ ଓ ଠକେଇ ପଛରେ ବିଦେଶୀ ଲିଙ୍କ । ଠକ ସହ କଥା ହେଲେ କ୍ରାଇମବ୍ରାଞ୍ଚ ଅଧିକାରୀ ସଞ୍ଜୀବ ପଣ୍ଡା । ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗର ହାତ ଥିବା ସନ୍ଦେହ । ହ୍ୟାକ୍ ପରେ ଠକର ଆକାଉଣ୍ଟରୁ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ହୋଇଛି ଟଙ୍କା ଟ୍ରାନ୍ସଫର ।

ତଦନ୍ତରୁ ଠକର ଏକାଧିକ ଆକାଉଣ୍ଟ ଥିବା ଜଣାପଡ଼ିଛି । ଦୁଇଟି ଆକାଉଣ୍ଟରେ ଯଥାକ୍ରମେ ଏକ ହଜାର ଓ ୧୧ ଶହ ଟଙ୍କା ଅଛି । ଏହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫିଜ୍ କରିବାକୁ ଚିଠି ଲେଖାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ପୂର୍ବରୁ ଓକାକ ସିଇଓଙ୍କ ହ୍ବାଟ୍ସଆପ ବେଙ୍ଗାଲୁରୁରେ ହ୍ୟାକ୍ କରାଯାଇ ୭ ଲକ୍ଷ ଟଙ୍କା ଲୁଟ  ହୋଇଥିବା ଜଣାପଡ଼ିଥିଲା । ଗୋଟିଏ ପରେ ଗୋଟିଏ ୩ଟି ଆକାଉଣ୍ଟରୁ ଟଙ୍କା ଯାଇଥିଲା । ହ୍ୟାକର ହ୍ବାଟ୍ସଆପ୍ ହ୍ୟାକ୍ କରିବା ପରେ ଓକାକ୍‌ ସିଇଓଙ୍କ ୩ଜଣ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲା ଲିଙ୍କ୍‌। ସେମାନେ ଟଙ୍କା ପଠାଇଥିଲେ, ସିଧା ଯାଇଥିଲା ହ୍ୟାକର ଆକାଉଣ୍ଟକୁ ।

ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ)ର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ନେଇ ୧୧ ତାରିଖରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଅଫିସ୍ ଷ୍ଟାଫ୍ ଓ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ହ୍ୟାକର ଟଙ୍କା ମାଗିଥିଲା ମନୋଜଙ୍କ ନମ୍ବରରୁ । କର୍ମଚାରୀମାନେ ଏହାକୁ ସତ ଭାବି ଜଣେ ୫ ଲକ୍ଷ ଓ ଆଉ ଜଣେ ୨ ଲକ୍ଷ ଟଙ୍କା ପଠାଇଥିଲେ।

Leave a Reply