ବିଦେଶକୁ ଉଡ଼ିବନି ବିମାନ, ଭୟ ବଢାଉଛି ଓମିକ୍ରନ୍ ଭ୍ୟାରିଆଣ୍ଟ

ନୂଆଦିଲ୍ଲୀ: ଡିସେମ୍ବର ୧୫ରୁ ବିଦେଶକୁ ଭାରତରୁ ଉଡ଼ିବ ନାହିଁ ବିମାନ  ।  ଏହି ନିଷ୍ପତି ଲାଗୁ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ  । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭାଇରସ ଭୟ ବଢାଇଥିବାବେଳେ ଅନେକ ଦେଶକୁ ମଧ୍ୟ ଏହି ଭୁତାଣୁ ବ୍ୟାପିବାରେ ଲାଗିଛି  । ତେଣୁ ଏହି ପ୍ରରିପ୍ରେକ୍ଷୀରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କେବଳ ବାଣିଜ୍ୟିକ ବିଦେଶକୁ ବିମାନ ସେବା ବନ୍ଦ ନିଷ୍ପତ୍ତି ନେଇଛନ୍ତି  ।

କୋଭିଡ଼ ଭୂତାଣୁର ଏହି ଭ୍ୟାରିଆଣ୍ଟ ଏବେ ସମଗ୍ର ବିଶ୍ୱରେ ପୁଣି ଆତଙ୍କ ରଚିଛି  । ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇ ଏବେ ଅନେକ ଦେଶକୁ ବ୍ୟାପିବାରେ ଲାଗିଛି  ।  ଏପରି ଏକ ଘଡ଼ିସନ୍ଧି ମୂହୂର୍ତ୍ତରେ  ଭାରତକୁ ଶହ ଶହ ପ୍ରବାସୀ ଏବଂ ବିଦେଶ ଯାତ୍ରୀ ପ୍ରବେଶ କରୁଛନ୍ତି  । ସେମାନଙ୍କ ଠାରେ କୋଭିଡ ଭୂତାଣୁ ଥିବା ମଧ୍ୟ ଚିହ୍ନଟ ହେଉଛନ୍ତି   ।

ତେବେ ଭାରତରେ ଓମିକ୍ରନ ଭୂତାଣୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି  । ତେବେ ଆସନ୍ତା ୧୫ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲାଗିଛି । ଏହା କେବଳ ସାମାନ୍ୟ କଟକଣା  । ସବୁଦିନ ପାଇଁ ନୁହେଁ ବୋଲି ସ୍ପଷ୍ଟ କରିଛି ବିମାନ ଚଳାଚଳ ନିର୍ଦ୍ଦେଶାଳୟ  । ଏହା ସହ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିଛି  ।

 

Leave a Reply