ବିଦେଶକୁ ଉଡ଼ିବନି ବିମାନ, ଭୟ ବଢାଉଛି ଓମିକ୍ରନ୍ ଭ୍ୟାରିଆଣ୍ଟ
ନୂଆଦିଲ୍ଲୀ: ଡିସେମ୍ବର ୧୫ରୁ ବିଦେଶକୁ ଭାରତରୁ ଉଡ଼ିବ ନାହିଁ ବିମାନ । ଏହି ନିଷ୍ପତି ଲାଗୁ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଭାଇରସ ଭୟ ବଢାଇଥିବାବେଳେ ଅନେକ ଦେଶକୁ ମଧ୍ୟ ଏହି ଭୁତାଣୁ ବ୍ୟାପିବାରେ ଲାଗିଛି । ତେଣୁ ଏହି ପ୍ରରିପ୍ରେକ୍ଷୀରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ କେବଳ ବାଣିଜ୍ୟିକ ବିଦେଶକୁ ବିମାନ ସେବା ବନ୍ଦ ନିଷ୍ପତ୍ତି ନେଇଛନ୍ତି ।
କୋଭିଡ଼ ଭୂତାଣୁର ଏହି ଭ୍ୟାରିଆଣ୍ଟ ଏବେ ସମଗ୍ର ବିଶ୍ୱରେ ପୁଣି ଆତଙ୍କ ରଚିଛି । ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇ ଏବେ ଅନେକ ଦେଶକୁ ବ୍ୟାପିବାରେ ଲାଗିଛି । ଏପରି ଏକ ଘଡ଼ିସନ୍ଧି ମୂହୂର୍ତ୍ତରେ ଭାରତକୁ ଶହ ଶହ ପ୍ରବାସୀ ଏବଂ ବିଦେଶ ଯାତ୍ରୀ ପ୍ରବେଶ କରୁଛନ୍ତି । ସେମାନଙ୍କ ଠାରେ କୋଭିଡ ଭୂତାଣୁ ଥିବା ମଧ୍ୟ ଚିହ୍ନଟ ହେଉଛନ୍ତି ।
ତେବେ ଭାରତରେ ଓମିକ୍ରନ ଭୂତାଣୁ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ତେବେ ଆସନ୍ତା ୧୫ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲାଗିଛି । ଏହା କେବଳ ସାମାନ୍ୟ କଟକଣା । ସବୁଦିନ ପାଇଁ ନୁହେଁ ବୋଲି ସ୍ପଷ୍ଟ କରିଛି ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଏହା ସହ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ମଧ୍ୟ ତୀକ୍ଷ୍ଣ ନଜର ରହିଛି ।