ଭୁବନେଶ୍ୱର ବିମାନ ବନ୍ଦରରୁ ୧୨ଲକ୍ଷ’ର ବିଦେଶୀ ସିଗାରେଟ୍ ଜବତ

1 min read

ଭୁବନେଶ୍ୱର ବିମାନବନ୍ଦରରେ ସୁନା ପରେ ସିଗାରେଟ । କୁଆଲଲମ୍ପପୁରରୁ ଭୁବନେଶ୍ୱର ଭାୟା କୋଲକାତା। ୧୨ ଲକ୍ଷ ଟଙ୍କାର ୪୦୦ ପକେଟ ବିଦେଶୀ ସିଗାରେଟ ଜବତ କଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବା ଡିଆରଆଇ । ବିଦେଶୀ ସିଗାରେଟ୍ ବିମାନ ବନ୍ଦରେ ଦେଇ ଚାଲାଣ କଲା ବେଳେ କୋଲକାତାର ୨ ଜଣ ଯାତ୍ରୀକୁ ଡିଆରଆଇ ଅଟକ ରଖି ପଚରାଉଚରା କରିଛି । ବିଦେଶୀ ସିଗାରେଟ୍ ବେଆଇନ ଭାବରେ ବିନା କାଗଜ ପତ୍ରରେ ଚାଲାଣ ହେଉଥିବା ନେଇ ଡିଆରାଆଇ ଜାଣିବାକୁ ପାଇଛି । ଦୁଇଜଣ ଏତେ ପରିମାଣର ଦାମୀ ସିଗାରେଟ କାହିଁକି ଓ କେବେ ଠାରୁ ଚାଲାଣ କରୁଥିଲେ? ଭୁବନେଶ୍ୱର ଦେଇ କେତେ ଥର ଚାଲାଣ କରିଛନ୍ତି ? ଡିଆରାଆଇ ପ୍ରଥମ ଥର ଜବତ କରିଥିବା ବେଲେ ପୂର୍ବରୁ ଭୁବନଶ୍ୱର ବିମାନବନ୍ଦରୁ କଷ୍ଟମ ବିଭାଗ ଦାମୀ ସିଗାରେଟ ଜବତ କରିଥିଲା । ଅନ୍ୟପଟେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦର ଆନ୍ତାର୍ଜାତିକ ବିମାନ ବନ୍ଦର ହେବା ପର ଠାରୁ ସୁନା ସ୍ମଗଲିଙ୍ଗ ଜୋରଦାର ହୋଇଛି । ଗତ ଦୁଇବର୍ଷ ହେଲା ଭୁବନେଶ୍ୱର ବିମାନ ବନ୍ଦର ସୁନା ତସ୍କରୀଙ୍କ ପେନ୍ଠସ୍ଥଳୀ ପାଲଟଛି। ')}

Leave a Reply