ଏହି କାରଣରୁ ଭିନେଶଙ୍କ ଓଜନ ଅଚାନକ ୨.୮ କିଲୋଗ୍ରାମ ବଢ଼ିଗଲା

1 min read

ପ୍ୟାରିସ: ଅଲିମ୍ପିକ୍ସରେ ଭାରତୀୟ ଫ୍ୟାନଙ୍କୁ ବୁଧବାର ଦିନ ବଡ଼ ଝଟକା ଲାଗିଛି । ଭିନେଶ ଫୋଗଟଙ୍କୁ ଅଧିକ ଓଜନ କାରଣରୁ ଅଯୋଗ୍ୟ ଘୋଷଣା କରାଯାଇଛି । ଭିନେଶ ମହିଳା କୁସ୍ତିର ଫାଇନାଲ ଖେଳିବାର ଥିଲା । କିନ୍ତୁ ସେମିଫାଇନାଲ ପରେ ତାଙ୍କ ଓଜନ ଯେତେବେଳେ ମପା ଗଲା ସେତେବେଳେ ତାହା ନିର୍ଧାରିତ ସୀମାଠାରୁ ଅଧିକ ଥିଲା । ଏଠାରେ ତାଜୁବ କରିବା ଭଳି ତଥ୍ୟ ହେଉଛି ଯେ, ତାଙ୍କ ଓଜନ ପ୍ରଥମ ମୁକାବିଲା ପୂର୍ବରୁ ୫୦କିଲୋରୁ କମ ଥିଲା । ଯାହାକି ସେମିଫାଇନାଲ ପରେ ୫୨ କିଲୋ ହୋଇଯାଇଥିଲା ।

ଏଠାରେ ପ୍ରଶ୍ନ ଉଠୁଛି ଯେ, କେମିତି ସେମିଫାଇନାଲ ମ୍ୟାଚ ସରିବାର ମାତ୍ର କେଇ ଘଣ୍ଟା ପରେ ତାଙ୍କ ଓଜନ ବଢିଯାଇଥିଲା ? କୁହାଯାଉଛି ଯେ,ଭିନେଶଙ୍କ ଓଜନ ଏକ ବିବଶତା କାରଣରୁ ବଢ଼ିଛି । ଆସନ୍ତୁ ଜାଣିବା କେମିତି ତାଙ୍କ ଓଜନ ବଢିଲା ।

ଭିନେଶ ଫୋଗଟଙ୍କ ଓଜନ ମଙ୍ଗଳବାର ଦିନ ୪୯ କିଲୋ ୯ଶହ ଗ୍ରାମ ଥିଲା । ତାଙ୍କର ସାମାନ୍ୟ ଓଜନ ହେଉଛି ୫୭ କିଲୋ । ନିଜ ଓଜନକୁ ୫୦ କିଲୋ ଭିତରେ ରଖିବାକୁ ତାଙ୍କୁ ବହୁତ କିଛି କରିବାକୁ ପଡିଥିଲା । ଯାହାକି ବହୁତ କଷ୍ଟକର ଥିଲା । ରିପୋର୍ଟ ଅନୁସାରେ ବିନେଶ ସେମିଫାଇନାଲ ମ୍ୟାଚ୍ ପରେ ବହୁତ କମ ଖାଉଥିଲା । କିନ୍ତୁ ଏହାପରେ ତାଙ୍କର ଓଜନ ବଢ଼ିଯାଇଥିଲା । କୁହାଯାଉଛି ଯେ,ବିନେଶଙ୍କ ଓଜନ ୫୨,୭ କିଲୋ ଛୁଇଁଥିଲା । ଏଠାରେ ଉଲ୍ଲେଖନୀୟ ଯେ, ଫୋଗଟ କ୍ରମାଗତ ଭାବେ ତିନଟି ବାଉଟ୍ ଖେଳିବା ପରେ ଦୁର୍ବଳତା ଅନୁଭବ କରିଥିଲେ,ତେଣୁ ସେ ଅଳ୍ପ କିଛି ଖାଇଥିଲା । ଯାହା ତାଙ୍କ ପାଇଁ କାଳ ହୋଇଥିଲା । ବିଶେଷଜ୍ଞଙ୍କ ଅନୁସାରେ ତାଙ୍କ ଅଳ୍ପଖାଇବା ଦ୍ୱାରା ଶରୀର ତୁରନ୍ତ ପୁରୁଣା ଓଜନ ଫେରିପାଇଥିଲା ।

କେଶ-ନଖ କାଟିଥିଲେ,ରକ୍ତ କାଢ଼ିଥିଲେ

ଓଜନ କମ କରିବାକୁ ବିନେଶ ବହୁତ କିଛି କରିଥିଲେ । ରିପୋର୍ଟ ଅନୁସାରେ ସେ ଓଜନ କମ କରିବା ପାଇଁ ନିଜ କେଶ ସହିତ ନଖ କାଟିଥିଲେ । ଏମିତିକି ଶରିରରୁ ରକ୍ତ ମଧ୍ୟ କାଢିଥିଲେ । ଘଣ୍ଟାଘଣ୍ଟା ଧରି ସୋନା ରୁମରେ ବସି ରହିଥିଲେ । ଦୌଡ଼ିବା ସହିତ ସ୍କିପିଂ ଓ ସାଇକେଲିଂ ମଧ୍ୟ କରିଥିଲେ । ଏହାସତ୍ୱେ ତାଙ୍କ ଓଜନ ନିର୍ଧାରିତ ସୀମରୁ ୧୦୦ ଗ୍ରାମ ଅଧିକ ହୋଇଥିଲା ।