ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୀପାବଳୀ ନିତୀକାନ୍ତି ଚୂଡାନ୍ତ ; ରାତ୍ର ୯ଟାରେ ଉଠିବ ମହାଦୀପ

ଭଦ୍ରକ : ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପବିତ୍ର ଦୀପାବଳୀରେ ମନ୍ଦିରଚୂଡାକୁ ଉଠିବ ମହାଦୀପ । ଏଥିପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଚୂଡାନ୍ତ ହୋଇଛି ନୀତିକାନ୍ତି । ଆଖଣ୍ଡଳମଣିଙ୍କ ମନ୍ଦିରରେ ଦୀପାବଳୀ ନିତୀକାନ୍ତି ଚୂଡାନ୍ତ ସରିଛି । ଆଜି ରାତି ୯ ଟାରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ । ଏଥିପାଇଁ ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଚୂଡାନ୍ତ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚାଲିଛି ନୀତିକାନ୍ତି । ଭୋର ୪ ଟାରେ ଦ୍ବାର ଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେଵା ପରେ ନବ ବସ୍ତ୍ର ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଛି ।

ମଧ୍ଯାହ୍ନ ୧ ଟାରେ ଯୋଗୀବେଶ ଓ ବଡନୀତି ପରେ ଏକ ଘଣ୍ଟା ଅବକାଶ ନୀତି ସମ୍ପନ୍ନ ହେବା ପରେ ଦୀପାବଳି ନୀତି ନିମନ୍ତେ ଅପରାହ୍ନ ୪ ଟାରେ ବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ । ସଂଧ୍ୟାରେ ଭକ୍ତ ମାନଙ୍କ ଦ୍ଵାରା ହଜାର ହଜାର ଦୀପ ପ୍ରଜ୍ଵଳନ କରାଯିବ । ୭ ଟାରେ ମହାଦୀପ ପ୍ରସ୍ତୁତି କରାଯାଇ ଶୋଡଷ ଉପଚାରରେ ପୂଜାର୍ଚ୍ଚନା ଓ ଅଗ୍ନି ସଂଯୋଗ କରାଯିବା ପରେ ରାତ୍ର ୯ଟାରେ ମନ୍ଦିର ବେଢା ପରିକ୍ରମା କରାଯାଇ ମନ୍ଦିର ଚୂଡାରେ ସ୍ଥାପନ କରାଯିବ । ଏଥିପାଇଁ ମନ୍ଦିର ଵାହାରେ ଓ ଭିତରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।