ଆଥଲେଟଙ୍କ ଏନ୍ତୁଡ଼ିଶାଳ କଳିଙ୍ଗ ଷ୍ଟାଡିୟମ, କମନଓ୍ବେଲଥ ଓ ଅଲମ୍ପିକ୍ସ ପାଇଁ ଚାଲିଛି ଜୋରଦାର ଅଭ୍ୟାସ

ଭୁବନେଶ୍ୱର: ସ୍ପୋର୍ଟସ ହବ୍ ପାଲଟଛି ଓଡ଼ିଶା । ଆଥଲେଟର ଏନ୍ତୁଡିଶାଳ ପାଲଟିଛି କଳିଙ୍ଗ ଷ୍ଟାଡିୟମ । ବିଦେଶ ଭଳି ଓଡ଼ିଶାରେ ରହିଛି ଭିତ୍ତିଭୂମି । ୨୦୨୮ ଲାଗି କଳିଙ୍ଗରୁ ପ୍ରସ୍ତୁତି । କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ହାଇ ପରଫରମାନ୍ସ ଜିମ୍ନାଷ୍ଟିକ ସେଣ୍ଟର ପରିଦର୍ଶନ କଲେ ଆର୍ସେଲର ମିତ୍ତଲ, ନିପ୍ପନ ଷ୍ଟିଲ ସିଇଓ ଦିଲ୍ଲୀପ ଓମେନ । ପ୍ରଶିକ୍ଷଣ ନେଉଥିବା ଛାତ୍ରଛାତ୍ରୀ ଓ ଜିମ୍ନାଷ୍ଟଙ୍କୁ ଦେଲେ ସଫଳତାର ଟିପ୍ସ । ବିଦେଶ ପରି ରାଜ୍ୟ ସରକାର ଯୋଗାଇଛନ୍ତି ଭିତ୍ତଭୂମି । ଏକାଡେମୀରେ ଦକ୍ଷ କୋଚଙ୍କ ଦ୍ୱାରା ତାଲିମ ପ୍ରାପ୍ତ ପ୍ରତିଭାଙ୍କୁ ଦେଖି ଖୁସି ପ୍ରକାଶ କରିଛନ୍ତି । ଦିନେ ଆମ ଦେଶ ଓ ଭୁବନେଶ୍ବର ପାଇଁ ଗୌରବ ଆଣିବେ । ଖୋ ଖୋ ଏବଂ ଓଡ଼ିଶା ଜଗରନଟ୍ସ ପାଇଁ ଆମେ ସହଭାଗୀ ହେଇଥିଲୁ ଏହି ଦଳ ଚାମ୍ପିଅନ ହୋଇଥିଲା । ଚଳିତବର୍ଷ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ସଫଳତା ପାଇବେ ଆଥଲେଟ୍ । ନିଜ ଉପରେ ବିଶ୍ୱାସ ରଖିବା, ବଡ଼ ସ୍ବପ୍ନ ଦେଖିବା ସହ ଏକାଡେମୀକୁ ଶୁଭେଚ୍ଛା ଜଣାଇଛନ୍ତି ।

ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମରେ ନିର୍ମିତ ଜିମ୍ନାଷ୍ଟିକ୍ସ ସେଣ୍ଟରଟି ସବୁ ଦୃଷ୍ଟିରୁ ସ୍ବତନ୍ତ୍ର । ଏଠାରେ ନିର୍ମିତ ଜିମ୍ନାଷ୍ଟିକ୍ସ ସେଣ୍ଟର ଭଳି ଦେଶରେ ଅନ୍ୟ କୌଣସି ସ୍ଥାନରେ ଏଭଳି ଅତ୍ୟାଧୁନିକ ସେଣ୍ଟର ନାହିଁ । ସେଣ୍ଟରରେ ପ୍ରଶିକ୍ଷଣ ନେଉଛନ୍ତି ଉଭୟ ପୁଅ, ଝିଅ ଓ ଜିମ୍ନାଷ୍ଟ । ୨୦୨୮ରେ ହେବାକୁ ଥିବା କମନୱେଲ୍ଥ  ଗେମରେ ଭାଗ ନେଇ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛନ୍ତି ଜିମ୍ନାଷ୍ଟିକ । ପୁଅମାନଙ୍କ ପାଇଁ ଫ୍ଲୋର ଏକ୍ସରସାଇଜ, ଭୋଲ୍ଟିଂ ଟେବୁଲ, ପମେଲ ହର୍ସ, ପାରାଲାଲ ବାର ଓ ରୋମାନ ରିଙ୍ଗସ ଆଭ୍ୟସ କରୁଛନ୍ତି । ସେହିଭଳି ଝିଅମାନେ ଫ୍ଳୋର ଏକ୍ସରସାଇଜ, ଭୋଲ୍ଟିଂ ଟେବୁଲ, ଅନ ଇଭେନ ବାର ଭଳି ଅନେକ ଇଭେଣ୍ଟର ଅଭ୍ୟାସ ଚାଲିଛି । ଆଗାମୀ ଦିନରେ ଜୟପୁର, ରାଉରକେଲା ଓ ପୁରୀ ଭଳି ସ୍ଥାନରେ ଫିଡ୍ ସେଣ୍ଟର ପ୍ରଶିକ୍ଷଣ ଦିଆଯିବ । ପ୍ରାରମ୍ଭିକ ତାଲିମ ପ୍ରଦାନ କରିବା ପରେ ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମ ଅଣାଯିବ । ଏବେ ଓଡ଼ିଶାରେ ମୁଖ୍ୟ କୋଚ୍ ସମେତ ୫ ଜଣ କୋଚ୍ ଅଛନ୍ତି । ଏହା ସହ ଜଣେ ବିଦେଶୀ କୋଚ୍ ମଧ୍ୟ ସାମିଲ ହୋଇଛନ୍ତି ।