ସେପ୍ଟେମ୍ବର ୯ ତାରିଖ ନୂଆଁଖାଇ ଛୁଟି

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଛୁଟି ଘୋଷଣା । ରାଜ୍ୟ ସରକାର କଲେ ଛୁଟି ଘୋଷଣା । ଆସନ୍ତା ସେପ୍ଟେମ୍ବର ୯ ତାରିଖ ନୂଆଁଖାଇ ଛୁଟି ।
୮ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ତେବେ ୮ ତାରିଖ ରବିବାର ପଡୁଥିବାରୁ ତା’ ପରଦିନ ଅର୍ଥାତ ସୋମବାର ନୂଆଁଖାଇ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମେହାନ ଚରଣ ମାଝୀ । ଏହି ଦିନ ସମସ୍ତ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ ଓ ମାଜିଷ୍ଟେରିଆଲ କୋର୍ଟ ବନ୍ଦ ରହିବ ।