ଦାୟିତ୍ୱରେ ଅବହେଳା ପାଇଁ ବନ୍ଦ ହେଲା ୨୩ ଶିକ୍ଷକଙ୍କ ଦରମା

For Irresponbility Salary Of 23 Teachers Closed Bhadrak

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ୨୩ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଦାୟିତ୍ୱରେ ଅବହେଳା ପାଇଁ  ୭ ଜଣ ଶିକ୍ଷକଙ୍କ ଗୋଟିଏ ଦିନର ଦରମା ଏବଂ ୧୬ ଜଣ ଶିକ୍ଷକଙ୍କ ଗୋଟିଏ ମାସର ଦରମା ବନ୍ଦ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଏହାସହ ୪ ସିଆରିସିସିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ବିଇଓ । ଗତ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସରୁମରେ ପାଠ ପଢ଼ା ଆରମ୍ଭ ହୋଇଛି ।

ପାଠ ପଢ଼ା ଓ ଆନୁସଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ ପାଇଁ ବିଇଓ ପରିଭ୍ରମଣ କରିବା ବେଳେ ସମ୍ପୃକ୍ତ ଶିକ୍ଷକ ମାନେ ବିଳମ୍ବରେ ଆସିବା ସହ ସିଆରସିସି ଅନୁପସ୍ଥିତ ଥିବା ତାଙ୍କ ନଜରକୁ ଆସିଥିଲା । ଏଣୁ ଘଟଣାରେ ୨୩ ଜଣ ଶିକ୍ଷକ ଓ ୪ ସିଆରସିସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରୀ ନିୟମ ଅନୁଯାୟୀ ଦିନ ୯ଟାରେ ବିଦ୍ୟାଳୟ ଖୋଲିବା ସହ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ପାଠ ପଢ଼ାଯିବା ନେଇ ବିଭାଗୀୟ ନିୟମ ରହିଛି । ମାତ୍ର ସମ୍ପୃକ୍ତ ଶିକ୍ଷକ ମାନେ ଦିନ ୧୧ଟା ଯାଏ ସ୍କୁଲକୁ ଆସିନଥିବାରୁ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

Leave a Reply