ଦେଶରେ ଲଗାତାର ଚତୁର୍ଥ ଦିନରେ ତିନି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ
1 min readନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ସହ ପ୍ରତିଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ପ୍ରତିଦିନ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଦେଶରେ ଚିହ୍ନଟ ହେଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୯ ହଜାର ୬୯୧ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେହିଭଳି ଗୋଟିଏ ଦିନରେ ୨ ହଜାର ୭୬୭ ଜଣଙ୍କ ମୃତ୍ୟୁ ହୋଇଛି । ୨ ଲକ୍ଷ ୧୭ ହଜାର ୧୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
India reports 3,49,691 new #COVID19 cases, 2,767 deaths and 2,17,113 discharges in the last 24 hours, as per Union Health Ministry
Total cases: 1,69,60,172
Total recoveries: 1,40,85,110
Death toll: 1,92,311
Active cases: 26,82,751Total vaccination: 14,09,16,417 pic.twitter.com/HuTqfJSx2b
— ANI (@ANI) April 25, 2021
ବିଗତ ୪ ଦିନରେ ଦେଶରେ ୧.୩ ମିଲିୟନରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୧ ଏପ୍ରିଲରୁ ନେଇ ୨୪ ଏପ୍ରିଲ୍ ଯାଏ ଯଥାକ୍ରମେ ୩.୧୪ ଲକ୍ଷ, ୩.୩୨ ଲକ୍ଷ, ୩.୪୬ ଲକ୍ଷ, ୩.୪୯ ଲକ୍ଷ ସଂକ୍ରମଣ ମାମଲା ଆସିଛି । ଏହି ସଂକ୍ରମଣ ସଂଖ୍ୟା ଦୁନିଆର ଅନ୍ୟ କୌଣସି ଦେଶ ତୁଳନାରେ ସବୁଠୁ ଅଧିକ ବୋଲି ଜଣାପଡ଼ିଛି ।
ଦେଶରେ କରୋନାର ସ୍ଥିତି ?
ମୋଟ କରୋନା ସଂକ୍ରମଣ ମାମଲା- ୧ କୋଟି ୬୯ ଲକ୍ଷ ୬୦ ହଜାର ୧୭୨
ମୋଟ ସୁସ୍ଥ- ୧ କୋଟି ୪୦ ଲକ୍ଷ ୮୫ ହଜାର ୧୧୦
ମୋଟ ସକ୍ରିୟ ମାମଲା- ୨୬ ଲକ୍ଷ ୮୨ ହଜାର ୭୫୧
ମୋଟ ମୃତ୍ୟୁ- ୧ ଲକ୍ଷ ୯୨ ହଜାର ୩୧୧
ମୋଟ ଟିକାକରଣ- ୧୪ କୋଟି ୯ ଲକ୍ଷ ୧୬ ହଜାର ୪୧୭ ଡୋଜ୍
ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂକ୍ରମଣ ଭଳି ମୃତ୍ୟୁସଂଖ୍ୟା ଅଧିକ ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୩୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬୭୬ ଜଣଙ୍କ ଜୀବନ ନେଇଛି ମହାମାରୀ ।