‘ଅମ୍ଫାନ୍’ ପାଇଁ ୪ ଜିଲ୍ଲା ଦାୟିତ୍ୱରେ ୮ ଅଫିସର

ଭୁବନେଶ୍ୱର: ସୁପରସାଇକ୍ଲୋନ୍ ‘ଅମ୍ଫାନ୍’ ମୁକାବିଲା ପାଇଁ ରାଜ୍ୟ ସରକାର ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କୁ ବାଲେଶ୍ୱର ଜିଲ୍ଲା ଦାୟିତ୍ୱ, ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ, ଶିଳ୍ପ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱ ଓ ଉଚ୍ଚଶିକ୍ଷା ବିଭାଗର କମିଶନର କମ୍ ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ବାତ୍ୟା ସମୟରେ ଅଧିକାରୀମାନେ ଜିଲ୍ଲାରେ ରହି ସ୍ଥିତି ପରଖିବା ସହ ମୁକାବିଲାରେ ପ୍ରଶାସନକୁ ସହଯୋଗ କରିବେ । ସେହିଭଳି ରାଜ୍ୟ ପୋଲିସ ପକ୍ଷରୁ ୪ ଆଇପିଏସ୍ ଅଫିସରଙ୍କୁ ଉକ୍ତ ୪ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି ।

ଆଇପିଏସ୍ ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ବାଲେଶ୍ୱର, ଘନଶ୍ୟାମ ଉପାଧ୍ୟାୟଙ୍କୁ ଭଦ୍ରକ, ଆଶିଷ କୁମାର ସିଂହଙ୍କୁ କେନ୍ଦ୍ରାପଡ଼ା ଓ ଜୟନାରାୟଣ ପଙ୍କଜଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ଅର୍ପଣ କରିଛନ୍ତି ଡିଜିପି ଅଭୟ ।

ଉତ୍ତର ଓଡ଼ିଶାରେ ୧୧୦ରୁ ୧୨୦ କି.ମି ବେଗରେ ପବନ ବହିପାରେ: ଛାତ ଘରେ ରହିବାକୁ ପରାମର୍ଶ

Leave a Reply