୨ ଦିନ ପାଇଁ ବାଲେଶ୍ୱର ଖଇରା ପଞ୍ଚାୟତ ସଟ୍ଡାଉନ୍ କଲେ ସରପଞ୍ଚ

ବାଲେଶ୍ୱର: ୨ ଦିନ ପାଇଁ ବାଲେଶ୍ୱର ଖଇରା ପଞ୍ଚାୟତ ସଟ୍ଡାଉନ୍ କଲେ ସରପଞ୍ଚ । ଆଜି ସକାଳ ୬ଟାରୁ ୧୪ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୨ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଖଇରା ସରପଞ୍ଚ ସୁଦର୍ଶନ ସେଠୀ ।
ସୁରତ, ତାମିଲନାଡୁ, ମହାରାଷ୍ଟ୍ର ଓ ବେଙ୍ଗଳୁରୁରୁ ପ୍ରବାସୀ ଓଡ଼ିଆ ଶ୍ରମିକ ଆସୁଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଯେମିତି କେହି ନଆସିବେ, ସେଥିପାଇଁ ଖଇରା ଓ ଆଖପାଖ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ସଟ୍ଡାଉନ୍ କରାଯାଇଛି । ସଟ୍ଡାଉନ୍ ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବ। ବାକି ଦୋକାନ ବଜାର ବନ୍ଦ ରହିବ ।