spot_img

Latest Posts

ବିଜୁ ଯୁବ-ଛାତ୍ର ଜନତା ଦଳ ଓ ବିଜେଡି ବିଧାୟକଙ୍କ ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭୁବନେଶ୍ୱର: ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ଏବଂ ବିଜେଡ଼ି ବିଧାୟକ ଙ୍କ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ ଠାରେ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା  ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ଏହି ଉଦଘାଟନୀ ମ୍ୟାଚଟି ଶେଷ ପର୍ଯ୍ୟନ୍ତ ଅତ୍ୟନ୍ତ ରୋମାଞ୍ଚକର ଥିଲା । ବିଧାୟକଙ୍କ ଟିମ୍ ପରିଶେଷରେ ୨-୧ ଗୋଲ୍ ରେ ବିଜୟୀ ହୋଇଥିଲେ।

ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପୂର୍ତ୍ତି ଉପଲକ୍ଷେ ଆଗାମୀ ଡ଼ିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪୭ ନିର୍ବାଚନ ମଣ୍ଡଳୀରେ ଯୁବ ବିଜେଡ଼ି ଏବଂ ଛାତ୍ର ବିଜେଡ଼ି ମଧ୍ୟରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବା ସହ ପରିଶେଷରେ ରାଜ୍ୟସ୍ତରୀୟ ଫାଇନାଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ ବୋଲି ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ଡ଼ଃ ବ୍ୟୋମକେଶ ରାୟ ଏବଂ ଛାତ୍ର ବିଜେଡ଼ି ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଆଜିର ଏହି ଉଦଘାଟନୀ ମ୍ୟାଚରେ ବିଧାୟକଙ୍କ ଟିମ୍ ପକ୍ଷରୁ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଡ଼ଃ ଅରୁଣ ସାହୁ, ବିଧାୟକ ପ୍ରଣବ ବଳବନ୍ତରାୟ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବିଧାୟକ ଦେବେଶ୍ ଆଚାର୍ଯ୍ୟ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକ ସୁଶାନ୍ତ କୁମାର ରାଉତ, ବିଧାୟକ ପ୍ରଶାନ୍ତ ବେହେରା, ମାନ୍ୟବର ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ମାନ୍ୟବର ବିଧାୟକ ସ୍ଵରୁପ କୁମାର ଦାସ, ବିଧାୟକ ଜଗନ୍ନାଥ ନାୟକ, ବିଧାୟକ କିଶୋର ଚନ୍ଦ୍ର ନାୟକ, ବିଧାୟକ ଚନ୍ଦ୍ରମଣି କଁହର ପ୍ରମୁଖ ଭାଗ ନେଇଥିଲେ।

ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ଡ଼ଃ ବ୍ୟୋମକେଶ ରାୟ, ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ବରିଷ୍ଠ ଉପସଭାପତି ଧୃତି ରଞ୍ଜନ ମାର୍ଥା, ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ,ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ନାୟକ, ବାଣୀ କଲ୍ୟାଣ ମହାନ୍ତି,କଟକ ଜିଲ୍ଲା ସଭାପତି ସ୍ମୃତି ରଂଜନ ନାୟକ, ବରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ସମ୍ପାଦକ ଅଫତାବ ଆଲମ ଖାନ୍, ଛାତ୍ର ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ବାଇଁ, ବରିଷ୍ଠ ଉପସଭାପତି ଅଜିତ୍ କୁମାର ବେହେରା, ସାଧାରଣ ସମ୍ପାଦକ ଅବିନାଶ ମହାନ୍ତି, ସୁଜିତ ପାଲଟାସିଂ, ଦେବାଶିଷ ସ୍ବାଇଁ,ଟକଟକ ଜିଲ୍ଲା ସଭାପତି ଆସିଫ୍ ଅମିନ୍, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ବଦୀପ ପ୍ରଧାନ ପ୍ରମୂଖ ଭାଗ ନେଇଥିଲେ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଂଜନ ମିଶ୍ର ସୁଚନା ଦେଇଛନ୍ତି।

Latest Posts

Don't Miss