ପେନାଲ୍ଟି ସୁଟର ସସ୍ମିତା ମଲ୍ଲିକଙ୍କ ଆଜି ଜନ୍ମଦିନ

ଭୁବନେଶ୍ୱର: ଓଡ଼ିଆ ଝିଅ ସସ୍ମିତା ମଲ୍ଲିକ । ଭାରତୀୟ ମହିଳା ଫୁଟବଲ ଦଳର ଜଣେ ଭଲ ପେନାଲ୍ଟି ସୁଟର ।  ଆଜି ସବୁ ଓଡ଼ିଆ ଝିଅମାନଙ୍କ ପାଇଁ ସେ ପ୍ରେରଣାର ଉତ୍ସ ହୋଇପାରିଛନ୍ତି । ମନରେ ବିପୁଳ ଉତ୍ସାହ ଓ ଦୃଢ଼ ବିଶ୍ୱାସ ତାଙ୍କୁ ଆଜି ଏତେ ସଫଳତା ଆଣି ଦେଇଛି । ଏତିକି ସଫଳତାରେ ସେ ଖୁସି ନାହାନ୍ତି । ଆଖିରେ ଆଖିଏ ସ୍ୱପ୍ନ ନେଇ ଆଗେଇ ଚାଲିଛନ୍ତି ଏଯାବତ୍‌ ।

ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ ସେ । ୧୦ ଏପ୍ରିଲ ୧୯୮୯ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଠାରେ ସସ୍ମିତା ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ଫୁଟବଲ ଖେଳ ପ୍ରତି ତାଙ୍କର ଥିଲା ଖୁବ୍‌ ଆଗ୍ରହ । ଗାଁ ପଡ଼ିଆରେ ଫୁଟବଲ ଖେଳୁଖେଳୁ ସେ ପହଞ୍ଚିଥିଲେ ଜାତୀୟ ସ୍ତରରେ । ଅବଶ୍ୟ ଏଥିପାଇଁ ସେ ଖୁବ୍‌ ନିଷ୍ଠାର ସହ ପରିଶ୍ରମ ବି କରିଛନ୍ତି । ସେ ଜଣେ ମିଡ଼ ଫିଲଡର ଭାବରେ ବାମ ପାଖରେ ଖେଳନ୍ତି । ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ପରେ ସେ ଦ୍ୱିତୀୟ ଓଡ଼ିଆ ଖେଳାଳି ଯିଏ କି ଭାରତୀୟ ଦଳରେ ନିଜର ସ୍ଥାନକୁ ଅକ୍ତିଆର କରିପାରିଛନ୍ତି । ୨୦୧୭ ମସିହାରେ ସାଫ୍‌ କ୍ରୀଡ଼ା ଫାଇନାଲରେ ସେ ମାରିଥିବା ପେନାଲ୍‌ଟି ଷ୍ଟ୍ରେ।କ ଯୋଗୁଁ ଭାରତ ବଙ୍ଗଳା ଦେଶକୁ ହରାଇ ଚମ୍ପିୟାନ ହୋଇପାରିଥିଲା । ସସ୍ମିତା ଫୁଟବଲ ଖେଳି ଆଜି ଦେଶ ତଥା ଓଡ଼ିଶା ପାଇଁ ଆଣିଛନ୍ତି ଅନେକ ଗୌରବ । ସସ୍ମିତାଙ୍କ ଜନ୍ମଦିନରେ ନନ୍ଦିଘୋଷ ଟିଭି ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

Leave a Reply