ସୁରୁଖୁରୁରେ ସଂଗ୍ରହ ହେବ ଖରିଫ ଧାନ, ଜିଲ୍ଲପାଳଙ୍କ ସହ ଆଲୋଚନା କଲେ ସମବାୟ ମନ୍ତ୍ରୀ

1 min read

ଭୁବନେଶ୍ୱର:  ଖରିଫ ଧାନ ସଂଗ୍ରହ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଏନେଇ ଜିଲ୍ଲାପାଳ ମାନଙ୍କ ସହ ବୈଠକ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଚଳିତ ଖରିଫ ଋତୁରେ ଯେଭଳି ସୁରୁଖୁରୁରେ ଧାନସଂଗ୍ରହ ହୋଇପାରିବ ସେ ନେଇ ବୈଠକରେ ଆଲୋଚନା କରାଯାଇଛି । ନଭେମ୍ବର ମାସରୁ ଧାନ ସଂଗ୍ରହ ଆରମ୍ଭ ହୋଇ ୨୦୨୨ ମାର୍ଚ୍ଚ ଯାଏ ଚାଲିବ । ୨୦୨୧-୨୨ ବର୍ଷରେ ରାଜ୍ୟ ସରକାର ୭୭ ଲକ୍ଷ ମେଟ୍ରିକ ଟନ୍ ଖରିଫ ଓ ରବି ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେ ମଧ୍ୟରୁ ୬୩ ଲକ୍ଷ ମେଟ୍ରିକ ଟନ୍ ଖରିଫ ଧାନ ସଂଗ୍ରହ କରାଯିବ ।

ଧାନ ସଂଗ୍ରହ ପାଇଁ ସମନ୍ବିତ କଲସେଣ୍ଟର ଓ ସମନ୍ବିତ ଭଏସ ରେକର୍ଡିଂ ବ୍ୟବସ୍ଥା ରହିବ । ଅଧିକାରୀ ମାନେ ନିୟମିତ ମଣ୍ଡି ପରିଦର୍ଶନ କରିବେ । ପବ୍ଲିକ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ ପ୍ରଚଳନ, ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରି ଅର୍ଥ ପ୍ରଦାନ କରିବାକୁ ବ୍ୟବସ୍ଥା ରହିବ । ଧାନ ସଂଗ୍ରହ ପୂର୍ବରୁ ମଣ୍ଡିରେ ଧାନ ଗ୍ରେଡିଂ ମେସିନ୍ ଆଦିର ବ୍ୟବସ୍ଥା କରିବା ସହ କୋଭି଼ଡ୍ ମାର୍ଗଦର୍ଶିକା ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବ । ଜିଲ୍ଲାସ୍ତରୀୟ ଧାନ କମିଟି ସଂପୃକ୍ତ ଜିଲ୍ଲାରେ ଧାନସଂଗ୍ରହ ନେଇ ତାରିଖ ଧାର୍ଯ୍ୟ କରିବେ । ତେବେ ଅଣ ପଂଜୀକୃତ ଚାଷୀ ଯେଭଳି ମଣ୍ଡିକୁ ନଆସିବେ ସେନେଇ ବୈଠକରେ ଗୁରୁତ୍ବ ଦିଆଯାଇଛି । ଭିଡିଓ କନଫରେସିଂ ମାଧ୍ୟମରେ ଅନୁଷ୍ଠିୁତ ବୈଠକରେ ସମସ୍ତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ ।

Leave a Reply