spot_img

Latest Posts

ବିଲକୁ ଗଲେନି ମନ୍ତ୍ରୀ, ରାସ୍ତା ଉପରେ ଛିଡ଼ା ହୋଇ ପଳାଇଲେ

ଯାଜପୁର: ଦୁଃଖ ଦେଇ ଚାଲିଗଲେ ମନ୍ତ୍ରୀ । ସହଯୋଗର ହାତ ବଢାଇବାକୁ ଆସିଥିଲେ ହେଲେ ଅପମାନ ଦେଇ ଚାଲିଗଲେ । ଅଦିନିଆ ବର୍ଷାରେ ଭାଙ୍ଗିପଡିଥିବା ଚାଷୀଙ୍କୁ ସାହାରା ନଦେଇ ବେସାହାରା କରି ଚାଲିଗଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଦିନିଆ ବର୍ଷାରେ କ୍ଷୟକ୍ଷତିର ଆକଳନ ନାଁରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଗସ୍ତ କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କିନ୍ତୁ ନା ବିଲକୁ ଯାଇ କ୍ଷତି ଦେଖିଲେ ନା ଫସଲ ହାନୀ ଯୋଗୁଁ ମୃତ୍ଯୁ ହୋଇଥିବା ଚାଷୀଙ୍କ ପରିବାରକୁ ଭେଟିଲେ। ଯାହା ଚାଷୀଙ୍କ ମନରେ ଆଘାତ ଦେଇଛି । ଯଦି ମନ୍ତ୍ରୀ ଆମ ଦୁଃଖରେ ଭାଗୀଦାର ହେବା ପାଇଁ ଆସିଥିଲେ ତାହେଲେ କାହିଁକି ଏମିତି ବ୍ୟବହାର କଲେ ବୋଲି ପ୍ରଶ୍ନ କରୁଛନ୍ତି ଚାଷୀ ।

ଯୋଗାଣ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗତକାଲି କୃଷ୍ଣଚନ୍ଦ୍ର ପାତ୍ର ବିଞ୍ଝାରପୁରର କପିଳା ପଞ୍ଚାୟତ ଯାଇଥିଲେ। ସ୍ଥାନୀୟ ଲୋକେ କହିଛନ୍ତି, ମନ୍ତ୍ରୀ ଗୋଟିଏ ସ୍ଥାନରେ ରାସ୍ତା ଉପରେ ଛିଡା ହୋଇ ଚାଲି ଯାଇଥିଲେ। ବିଲକୁ ଯାଇ ଉଜୁଡା କ୍ଷେତ ଦେଖିବାକୁ ଚାଷୀମାନେ ଅନୁରୋଧ କରିଥିଲେବି ତାକୁ ଏଡ଼ାଇ ଦେଇଥିଲେ ମନ୍ତ୍ରୀ। ଏପରିକି ଫସଲହାନୀ ଯୋଗୁଁ ବିଲରେ ଟଳି ପଡ଼ିଥିବା ଚାଷୀ ମଣିରାମ ମହାନ୍ତିଙ୍କ ପରିବାରକୁବି ଭେଟିଲେ ନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅଦିିନିଆ ବର୍ଷାରେ ଫସଲ ହାନୀ ଦେଖି କିଛି ଦିନ ତଳେ ନିଜ ବିଲରେ ହିଁ ଟଳି ପଡ଼ିଥିଲେ ମଣିରାମ ମହାନ୍ତି ।

Latest Posts

Don't Miss