ପାର୍ବଣ ପୂର୍ବରୁ ସିଲ୍ ହେଲା ମିଠା ଦୋକାନ, ଚଢାଉ କଲେ ସ୍ୱାର୍ଡ

କଟକ: ପାଖେଇ ଆସୁଛି ପାର୍ବଣ । ବିଭିନ୍ନ ମଣ୍ଡପରେ ଚାଲିଛି ମୂର୍ତ୍ତି ନିର୍ମାଣ  । ଗହଳି ହେବ, ବେପାର ମଧ୍ୟ ଜମିବ  । ମିଠା ଦୋକାନରେ ଲାଗିବ ପ୍ରବଳ ଭିଡ଼  । କିନ୍ତୁ ପାର୍ବଣ ପୂର୍ବରୁ ଚେତେଇ ଦେଇଛିି ସିଏମସି  ।  କଟକରେ ଦୁର୍ଗାପୂଜା ପୂର୍ବରୁ ଆଜି ସିଏମସି ସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି  ।  ବିଭିନ୍ନ ମିଠା ଦୋକାନ ଉପରେ ଚଢାଉ କରାଯାଇଛି ।

କଟକର କଲ୍ୟାଣ ନଗର, ଲିଙ୍କ ରୋଡ,ବାଦାମବାଡି ଓ ଦୋଳମୁଣ୍ଡାଇ ଅଂଚଳରେ ଏହି ଚଢାଉ ଜାରି ରହିଛି । ମିଠା ଦୋକାନରେ ଅଧିକାରୀ ମାନେ ପ୍ରବେଶ କରିବା ସହ ଯେଉଁ ସ୍ଥାନରେ ମିଠା ପ୍ରସ୍ତୁତ କରୁଛନ୍ତି, ସେ ସମସ୍ତ ସ୍ଥାନକୁ ପରିଦର୍ଶନ କରିଥିଲେ  । ମିଠା ପ୍ରସ୍ତତିରେ ଆବଶ୍ୟକ ପଡୁଥିବା ସାମଗ୍ରୀର ମାନ ପରିକ୍ଷା ମଧ୍ୟ କରିଥିଲେ  । ତେବେ ଆଗକୁ ପାର୍ବଣ ଆସୁଥିବାବେଳେ, ଯେଉଁ ଦୋକାନକରେ ନିମ୍ନ ମାନର ସାମଗ୍ରୀ ପ୍ରସ୍ତୁତ ହେଉଥିବ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ଚେତାବନୀ ଦିଆଯାଇଛି  ।

ସେପଟେ ଅନେକ ଦୋକାନରେ ନିମ୍ନ ଧରଣର ମିଠା ବିକ୍ରି କରାଯାଉଥିବାବେଳେ ସ୍ୱାର୍ଡ ହାତରେ ଧରାପଡ଼ିଥିଲେ  । ମାନ ପରୀକ୍ଷା ବେଳେ ସତ୍ୟତା ସାମ୍ନାକୁ ଆସିଥିଲା  । ଜିଲାପି ବାସୀ ଦୁର୍ଗନ୍ଧ ହେଉଥିବାବେଳେ, ପୁରୁଣା ଶିରାରେ ମିଠା ପ୍ରସ୍ତୁତ କରଯାଉଛି  । ସାମ୍ନାରେ ଏ ସମସ୍ତ ଚିତ୍ର ଦେଖିବା ପରେ ସିଏମସି ଏବଂ ଖାଦ୍ୟ  ସୁରକ୍ଷା ବିଭାଗ କଠୋର ନିଷ୍ପତ୍ତି ଗ୍ରହଣ କରିଛି  । ସେଦହି ସମସ୍ତ ଦୋକାନକୁ ସିଲ୍ କରାଯାଇଛି  ।