୫୦ ପରିବାରର ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ

ସାକ୍ଷୀଗୋପାଳ: ବିବାହ ଭୋଜି ଖାଇ ଅସୁସ୍ଥ । ପୁରୀ ଜିଲ୍ଲା କଣାସ ସହନା ଗାଁରେ ୨ଶହରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ପ୍ରାୟ ୫୦ ଟି ପରିବାର ଓ ଆଖ ପାଖ ଅଞ୍ଚଳର ୨୦୦ରୁ ଅଧିକ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ଗାଁରେ ଏକ ଏକ ବିଭାହ ଭୋଜି ହୋଇଥିଲା । ଭୋଜି ଖାଇ ଘରକୁ ଫେରିବା ପରେ ଲୋକେ ଅସୁସ୍ଥତା ଅନୁଭବ କରିଥିଲେ । ଲଗାତାର ଝାଡା ଓ ବାନ୍ତି ହେବା ସହିତ ଅସୁସ୍ଥ ହୋଇ ପଡିବାରୁ କଣାସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ଗତକାଲି ମଧ୍ୟ ରାତ୍ରି ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଚିକିତ୍ସା ଜାରି ରହିଛି । ସମସ୍ତଙ୍କୁ କଣାସ ମେଡିକାଲ ଓ ଆଖପାଖ ମେଡିକାଲରେ ଭର୍ତ୍ତି କାରଯାଇଛି । ଫୁଡ଼ ପଏଜନ ହୋଇଥିବାର ଅନୁମାନ କରାଯାଉଛି ।

ଏଥିସହିତ ପଢ଼ନ୍ତୁ: ଟିକାକରଣରେ ସାମିଲ ହେବେ ଆଗଧାଡ଼ିର କରୋନା ଯୋଦ୍ଧା: ପୋଲିସ ଡିଜି ଅଭୟ ନେବେ ଟିକା

Leave a Reply