spot_img

Latest Posts

ଆସନ୍ତାକାକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଅଲମ୍ପିକ୍‌ ହକି ହିରୋ, ଏମିତି ରହବି ଖାଇବା ମେନ୍ୟୁ

ଭୁବନେଶ୍ୱର: ଜାପାନରେ ଜଲଓ୍ୱା ପରେ ଓଡ଼ିଶା ଆସୁଛନ୍ତି ଭାରତୀୟ ହକି ଟିମ୍। ଆସନ୍ତାକାଲି ୧୧ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ମହିଳା ଓ ପୁରୁଷ ହକି ଟିମ୍‌ର ଖେଳାଳି। ସେମାନଙ୍କୁ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟତ ସମ୍ବର୍ଦ୍ଧିତ କରିବେ। ଖେଳାଳିଙ୍କ ସ୍ୱାଗତ ପାଇଁ ଭୁବନେଶ୍ୱର ପ୍ରସ୍ତୁତ। ବିମାନବନ୍ଦର ମୁଖ୍ୟରାସ୍ତାରେ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବାକୁ ବଡ଼ ବଡ଼ ପୋଷ୍ଟର ଲାଗିଛି।

ହକି ହିରୋଙ୍କ ପାଇଁ ଏକ ଘରୋଇ ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହୋଟେଲ୍‌ ତରଫରୁ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ କାର୍ଡ ପ୍ରସ୍ତୁତ କରାଯାଇଛି। ମେନ୍ୟୁ କାର୍ଡରେ ରହିଛି ବ୍ରେକଫାଷ୍ଟରେ ଫ୍ରୁଟ୍ ବାସ୍କେଟ, ଫ୍ରେସ ଫ୍ରୁଟ୍ ଜୁସ, ମିଲ୍କ ସେକ୍ , କର୍ଣ୍ଣଫ୍ଲେକ୍ସ, ଚକୋଫ୍ଲେକ୍ସ, ମୁସଲି, ହ୍ୱାଇଟ ଆଣ୍ଡ ବ୍ରାଉନ ବ୍ରେଡ, କ୍ରୋସେଣ୍ଟ, ମଫିନ୍ସ ଭଳି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ରହିଛି।

ସେହିପରି ମଧ୍ୟାହ୍ନ ଭୋଜନରେ ସାଦାରେ ସୁଫିଆନା ପନିର ଟିକା, କ୍ରିସ୍ପ କର୍ଣ୍ଣ କବାବ୍ ଓ ଆମିଷରେ ଲସୁନୀ କବାବ୍, ତନ୍ଦୁରୀ ଚିକେନ, ସେଜଓ୍ୱାନ ପ୍ରନ୍, ଫିସ୍ ଫିଙ୍ଗର ଆଦି ରହିଛି। ସେହିପରି ଭେଜ୍‌ ବର୍ଣ୍ଣଟ୍‌ ବଣ୍ଡ ଗାର୍ଲିକ ସୁପ୍, ସାଲାଡ, ଫଳ, ପାମ୍ପଡ଼, ଆଚାର, ଚଟନି ରହିଛି। ଏହାସହ ମଟନ ଦମ୍ ବିରିୟାନି, ବଟର ଚିକେନ, ପେପର ଗାର୍ଲିକ ଫିସ୍, ପ୍ରନ ମନପସନ୍ଦ, ମଟନ କୁର୍ମା ଭଳି ସୁସ୍ୱାଦୁ ଖାଦ୍ୟ ଆମିଷ ମେନ୍ୟୁରେ ରହିଛି। ସାଦାରେ ମେଥି କର୍ଣ୍ଣ ପନିର ପାଲକ, ଦେଓ୍ୱାନୀ ହାଣ୍ଡି, ଭେଣ୍ଡି ଓନିଅନ ଟମାଟୋ ଫ୍ରାଏ, ଡାଲ୍ ଫ୍ରାଏ, ଚିଲ୍ଲି ମସରୁମ, ବେବିକର୍ଣ୍ଣ ଭଳି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯିବ। ମିଠାରେ ଛେନାପୋଡ଼, ରସଗୋଲା, ଗୋଲାପଜାମୁ ଓ ଆଇସକ୍ରିମ ରହିଛି।

ସେହିପରି ରାତ୍ରିଭୋଜନ ପାଇଁ ମଧ୍ୟ ସ୍ୱତନ୍ତ୍ର ମେନ୍ୟୁ ରହିଛି। ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରି ମନ ଜିଣିଛି ହକି ଟିମ୍। ପୁରୁଷ ଟିମ୍‌ ବ୍ରୋଞ୍ଜ ମେଡାଲ୍‌ ପାଇଥିବା ବେଳେ ମହିଳା ଟିମ୍‌ ଭଲ ପ୍ରଦର୍ଶନ କରିଛି। ଉଭୟ ଟିମ୍‌ର ସ୍ପନସର୍‌ ରହିଛି ଓଡ଼ିଶା। ପୁରୁଷ ଟିମ୍‌ରେ ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ଖେଳୁଛନ୍ତି । ସେହିପରି ମହିଳା ହକି ଦଳର ଦୁଇ ଖେଳାଳି ନମିତା ଟପ୍ପୋ ଓ ଦୀପଗ୍ରେସ ଏକ୍କା ଅଛନ୍ତି ।

Latest Posts

Don't Miss