spot_img

Latest Posts

କିଡନୀ ସମସ୍ୟା ଦେଇ ଗତି କରୁଛନ୍ତି କି ? ତେବେ ଖାଦ୍ୟ ସୂଚ଼ୀରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ନିଜ ପାଇଁ ସମୟ ବାହର କରିବା କଷ୍ଟକର ହୋଇପଡ଼ୁଛି।ବ୍ୟସ୍ତତା ଭିତରେ ଖାଦ୍ୟ ପେୟରେ ଅନିୟମିତତା ଯୋଗୁଁ ଶରୀରରେ ବିଭିନ୍ନ ପ୍ରକାର ରୋଗ ମାଡିବସୁଛି। ସେଥିମଧ୍ୟରୁ କିଡନୀ ସମସ୍ୟା ଅନ୍ୟତମ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବାକୁ ପଡେ।

ଆମେରିକାନ ସୋସାଇଟି ଅଫ୍‌ ନେଫ୍ରୋଲୋଜୀର କ୍ଲିନିକାଲ୍‌ ଜର୍ନାଲ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ କିଡନୀ ରୋଗୀ ଅଲିଭ୍‌ ଅଏଲ୍‌ରୁ ପ୍ରସ୍ତୁତ ଖାଦ୍ୟ, ଫଳ, ପାସ୍ତା, ଗହମ, ଅଳ୍ପ ମାଛ ଖାଇବା ଆବଶ୍ୟକ। ଏହାସହ ପ୍ରୋଟିନ ଜାତୀୟ ଖାଦ୍ୟକୁ ନିର୍ଦ୍ଦିଷ୍ଟ ପରିମାଣରେ ଖାଇଲେ  କିଡନୀ ସୁସ୍ଥ ରହିଥାଏ।

କିଡନୀ ରୋଗ ସହିତ ହୃଦରୋଗର ଗଭୀର ସମ୍ବନ୍ଧ ରହିଛି। ତେଣୁ ହୃତପିଣ୍ଡକୁ ସୁସ୍ଥ ରଖିବା ଭଳି ଖାଦ୍ୟ ଯେପରିକି ସବୁଜ ପନିପରିବା ଏବଂ ଶାଗ ପ୍ରଚୁର ପରିମାଣରେ ଖାଆନ୍ତୁ। କ୍ଷୀରରୁ ସର କାଢି ପିଅନ୍ତୁ। ସେହିପରି କମ କ୍ୟାଲୋରୀଯୁକ୍ତ ଦହି, ଛେନା ଇତ୍ୟାଦି ଆପଣଙ୍କୁ ଫିଟ ରଖିବ। କିଡନୀ ସମସ୍ୟା ଥିଲେ ଉପଯୁକ୍ତ ପରିମାଣରେ ପୋଟାସିୟମ ଯୁକ୍ତ ଖାଦ୍ୟ ଖାଇବାକୁ ପ୍ରୟାସ କରନ୍ତୁ ।

Latest Posts

Don't Miss