spot_img

Latest Posts

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ସଚେତନତା ସହିତ ମାସ୍କ୍ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର:  ବିଶ୍ୱବ୍ୟାପି କରୋନା ମହାମାରୀ ସମୟରେ   ଲୋକଙ୍କୁ ସହାୟତା କରିବା ପାଇଁ ଆଗଭର ହୋଇଛି ଓଡ଼ିଶା ମୋ ପରିବାର । ଏହା ଅଧୀନରେ ଅଧିକାଂଶ ସ୍ଥାନରେ ପ୍ରତିଦିନ ଏହାର କାର୍ଯ୍ୟକର୍ତ୍ତା ଲୋକଙ୍କୁ ସହଯୋଗର ହାତ ବଢାଉଛନ୍ତି । ଶନିବାର ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁଙ୍କ ସହାୟତାରେ ବିଜୁ ଛାତ୍ର ଜନତା ଦଳ କେଉଁଝର ତରଫରୁ କେଉଁଝରର ଝୁମ୍ପୂରା ଠାରେ କରୋନା ସଚେତନତା, ମାସ୍କ୍ ବଣ୍ଟନ କରିଛନ୍ତି । ଏହା ବ୍ୟତୀତ ଗରିବ ଲୋକ , ଅନାଥ ଶିଶୁ ଏବଂ କିଛି ବେସାହାରା ବିଧବା ଲୋକଙ୍କୁ ମଧ୍ୟ ଶୁଖିଲାଖାଦ୍ୟ ବଣ୍ଟନ କରିଛନ୍ତି ।

ଜିଲ୍ଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଏବଂ ଜିଲ୍ଲା ଛାତ୍ର ସମ୍ପାଦକ ଏସ କେ ସଫିକଙ୍କ ନେତୃତ୍ୱରେ ଏହାର ଆୟୋଜନ କରାଯାଇଥିଲା । ବିଜୁ ଛାତ୍ର ଜନତା ଦଳର ଅନେକ ଛାତ୍ର ନେତୃମଣ୍ଡଳୀ ଏବଂ ଛାତ୍ର କର୍ମୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ନିଜର ସମ୍ପୂର୍ଣ୍ଣ ସହଯୋଗ ଦେଇଥିଲେ।
ତେବେ ଏହା ପୂର୍ବରୁ ବାଲେଶ୍ୱରରେ ଓଡ଼ିଶା ମୋ ପରିବାରର କାର୍ଯକର୍ତ୍ତା ବାଲେଶ୍ୱରରେ ମଧ୍ୟ ଏହିଭଳି ସମାନ ପଦକ୍ଷେପ ନେଇଥିଲେ ।

Latest Posts

Don't Miss