ମିଳିତ ଜାତିସଂଘ ଚେତାବନୀ, ଯୁଦ୍ଧ ପ୍ରଭାବରେ ବିଶ୍ୱରେ ଦେଖା ଦେଇପାରେ ଖାଦ୍ୟ ସଙ୍କଟ

1 min read

କିଭ୍: ଥମିବାର ନାଁ ଧରୁନି ରୁଷ-ୟୁକ୍ରେନ ଯୁଦ୍ଧ। ଯୁଦ୍ଧର ପ୍ରଭାବରେ ବର୍ତ୍ତମାନ ବିଶ୍ୱରେ ଏକ ବଡ଼ ଧରଣର ଖାଦ୍ୟ ସଂକଟ ମୁଣ୍ଡ ଟେକୁଛି । ଏ ନେଇ ମିଳିତ ଜାତିସଂଘ ଚେତାବନୀ ଦେଇଛି । ଏସିଆ, ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକାରେ ଥିବା ଗରିବ ରାଷ୍ଟ୍ରଗୁଡ଼ିକ ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ ବୋଲି ରୋମ୍‌ ଭିତ୍ତିକ ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ) କହିଛି। ଉତ୍ତର ଆଫ୍ରିକା, ଏସିଆ ଓ ମଧ୍ୟପ୍ରାଚ୍ୟର ଗରିବ ରାଷ୍ଟ୍ରଗୁଡିକ ଅଧିକ ମାତ୍ରାରେ ଗହମ ଆମଦାନୀ କରୁଥିବାରୁ ସେଠାରେ ସମସ୍ୟା ଦେଖାଦେବା ଆଶଙ୍କା କରାଯାଉଛି। ଏହି ଦେଶଗୁଡ଼ିକ ଋଷ ଓ ୟୁକ୍ରେନରୁ ଅଧକ ପରିମାଣରେ ଗହମ ଆମଦାନୀ କରିଥାନ୍ତି । ଯୁଦ୍ଧ ଯୋଗୁଁ ଆମଦାନୀ ବ୍ୟାହତ ହେବ ଓ ଏହି ରାଷ୍ଟ୍ରଗୁଡ଼ିକ ଉତ୍କଟ ଖାଦ୍ୟ ସଂକଟ ଆଡକୁ ଗତି କରିବେ ବୋଲି ଜାତିସଂଘ ଚେତାଇ ଦେଇଛି ।

୨୦ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ୨୦ ଦିନରେ ୨୦ ସହରରେ ଚାଲିଛି ଧ୍ୱଂସର ତାଣ୍ଡବ । କିଭ୍ ଦଖଲ କରିବା ପାଇଁ ଋଷ କିଭ୍ ଉପରେ କରୁଛି ବାରମ୍ବାର ଏୟାର ଷ୍ଟ୍ରାଇକ । ସେପଟେ ଯୁଦ୍ଧରେ ବିରାମ ପାଇଁ ଦୁଇ ରାଷ୍ଟ୍ର ମଧ୍ୟରେ ଆଜି ପୁଣି ହେବ ଆଲୋଚନା । ଯୁଦ୍ଧ ଟାଳିବା ନେଇ ଦୁଇ ଦେଶର ପ୍ରତିନିଧିସ୍ତରୀୟ ଆଲୋଚନା ଗତକାଲି ହୋଇଥିବା ସତ୍ତ୍ବେ କୌଣସି ସମାଧାନ ବାହାରି ପାରି ନଥିଲା । ତେଣୁ ଆଜି ପୁଣି ଚାଲିବ ଆଲୋଚନା ।

ଅନ୍ୟପଟେ ଆମେରିକା କଂଗ୍ରେସକୁ ଭର୍ଚୁଆଲ ଜରିଆରେ ଉଦବୋଧନ ଦେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେପଟେ ଚୀନକୁ ଚେତାବନୀ ଦେଇଛି ଆମେରିକା । ଋଷକୁ ସହଯୋଗ କଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚୀନକୁ ଧମକ ଦେଇଛି ଆମେରିକା । ରୋମରେ ଚାଲିଥିବା ଆଲୋଚନା ପରିପ୍ରେକ୍ଷୀରେ ଏହା କହିଛି ଆମେରିକା । ତେଣେ ଯୁଦ୍ଧ ସାମଗ୍ରୀ ଯୋଗାଇବା ଲାଗି ଚୀନକୁ କହି ନଥିବା ଦର୍ଶାଇଲା ଋଷ ।  ଚୀନ ବୈଦେଶିକ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି- ୟୁକ୍ରେନ ପ୍ରସଙ୍ଗରେ ଚୀନ ଅଯଥା ଭୁଲ ଯୁଦ୍ଧ ପ୍ରସଙ୍ଗରେ ସୂଚନା ପ୍ରକାଶ କରୁଛି । ଚୀନ ବର୍ତ୍ତମାନ ବି ନାଟୋର ପୂର୍ବଦିଗ ସମ୍ପ୍ରସାରଣକୁ ବିରୋଧ କରୁଥିବାବେଳେ ମସ୍କୋକୁ ନିନ୍ଦା କରିନାହିଁ ।