କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଆସିଲା କିଛି ଏଭଳି ଚିତ୍ର ଯାହାକୁ ଦେଖି ଆଶ୍ୱସ୍ତ ହେବେ ଅନ୍ତେବାସୀଙ୍କ ପରିବାର ଲୋକେ

1 min read

ବ୍ରହ୍ମପୁର: କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଡାଲମା ଭାତ ନୁହେଁ ବରଂ ମିଳୁଛି ଚିକେନ୍‌ ଭାତ ଆଉ ତା’ ସାଙ୍ଗକୁ ବହଳିଆ ଡାଲି । ଯାହାକୁ ଖାଇ ବେଶ ଖୁସି ଅଛନ୍ତି ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀ । ଏଭଳି ସୁବିଧାରେ ଆମେ ୨୧ ଦିନ କ’ଣ ମାସେ ବି ରହିଯୁବ ବୋଲି ଜଣେ ଅନ୍ତେବାସୀ କହିଛନ୍ତି ।

https://twitter.com/Ganjam_Admin/status/1259603943547527168

ଯାହାର ଭିଡିଓ ସେୟାର କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଯେଉଁଥିରେ ସେ ଖାଇବା ଥାଳିରେ ପରସା ଯାଇଥିବା ଭାତ , ବହଳିଆ ଡାଲି ଓ ଚିକେନ ତରକାରୀ ଖାଉଥିବା ଦେଖିବାକୁ ମିଳିଛି । ଏବଂ ଏଭଳି ଆୟୋଜନ ଯୋଗୁଁ ଖୁସି ବ୍ୟକ୍ତ କରିଛନ୍ତି ଅନ୍ତେବାସୀ । ଅପରପକ୍ଷରେ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁଯାୟୀ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଶ୍ରେଷ୍ଠ ସୁବିଧା ଯୋଗାଇଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ଖାଦ୍ୟ ଫେରାଇଲେ ଅନ୍ତେବାସୀ

ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ଗଞ୍ଜାମର ସୁବୁଲିୟା କ୍ୱାରେଣ୍ଟାଇନ୍‌ ସେଣ୍ଟରେ କିଛି ଅନ୍ତେବାସୀ ନିମ୍ନମାନ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଥିଲେ । ଏଭଳି କି ସେମାନଙ୍କୁ ଦିଆଯାଇଥିବା ଖାଦ୍ୟକୁ ଫୋପାଡ଼ି ଦେଇଥିଲେ । ଯାହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପ୍ରବାସୀଙ୍କ ଏଭଳି ଆଚରଣ ନାପସନ୍ଦ କରିଥିଲେ ଲୋକେ । ଏତେ ସଂଖ୍ୟକ ଲୋକଙ୍କ ପାଇଁ ଆୟୋଜନ ବେଳେ କେଉଁଠି କିଭଳି ଛୋଟ ମୋଟ ବ୍ୟତିକ୍ରମ ଘଟିପାରେ । ଏବଂ ଏଭଳି କଠିନ ପରିସ୍ଥିତିରେ ସରକାରଙ୍କ ସହଯୋଗ କରିବା ପାଇଁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଥିଲା । ତେବେ ଖାଦ୍ୟ ଫୋପାଡ଼ିବା ଦ୍ରୁଶ୍ୟ ଚାରିଆଡ଼େ ପ୍ରସାରିତ ହେବା ପରେ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହୁଥିବା ଲୋକଙ୍କ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ବ୍ୟସ୍ତ ହୋଇପଡ଼ିଥିଲେ । ଏହା ଫଳରେ କିଛି କ୍ୱାରେଣ୍ଟାଇନ୍‌ ସେଣ୍ଟର ଗୁଡ଼ିକରେ ପରିବାର ଲୋକଙ୍କ ପକ୍ଷରୁ ଘରୁ ଖାଇବା ଆଣି ଅନ୍ତେବାସୀଙ୍କୁ ଦେଉଥିବାର ଦ୍ରୁଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଯାହା ସଂକ୍ରମଣ ଆଶଙ୍କାକୁ ଅଧିକ ବଢ଼ାଇଦେଉଛି । କ୍ୱାରେଣ୍ଟାଇନ୍ ସେଣ୍ଟର ଏଭଳି ସୁବ୍ୟବସ୍ଥା ନେଇ ଲୋକେ ଅବଗତ ହେବା ଆଶ୍ୱସ୍ତ ଅନୁଭବ କରିବେ ଏବଂ ଆଗାମୀ ଦିନମାନଙ୍କରେ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଘର ଖାଦ୍ୟ ଦେବାକୁ ଯିବେ ନାହିଁ ବୋଲି ଆଶା କରାଯାଉଛି ।

Leave a Reply