spot_img

Latest Posts

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମାନି ଏବର୍ଷ ହେବନି ରଥଯାତ୍ରା: ଗଜପତି ମହାରାଜା

ପୁରୀ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମାନି ଏବର୍ଷ ହେବନି ରଥଯାତ୍ରା । ବଡ଼ଦାଣ୍ଡରେ ଗୁଣ୍ଡିଚା, ବାହୁଡ଼ା ଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ ହେବନି । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି । କୋଭିଡ ୧୯ ଯୋଗୁଁ ଯାତ୍ରା ଉପରେ ରୋକ୍‌ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ। ଦୁଃଖର ସହ ଏଭଳି ନିଷ୍ପତ୍ତି ନିଆଯାଇଥିବା ଗଜପତି କହିଛନ୍ତି ।

ଶ୍ରୀମନ୍ଦିର ଭିତରେ ଯାହା ରୀତିନୀତି ହେବ ସେନେଇ ପରିଚାଳନା କମିଟି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଯାହା ହେବ ମନ୍ଦିର ମଧ୍ୟରେ ହେବ, ବାହାରେ କିଛି ହେବନି । ତେବେ ସଂଧ୍ୟା ୬ରେ ଛତିଶା ନିଯୋଗ ସହ ଆଲୋଚନା କରି ପରମ୍ପରା ସମ୍ମତ ଓ ଶାସ୍ତ୍ରସମ୍ମତ ବ୍ୟବସ୍ଥା ସ୍ଥିର କରାଯିବ।

ବୈଠକରେ ନିଯୋଗ ପ୍ରତିନିଧିଙ୍କ ସହ ପରିଚାଳନା କମିଟି ସଦସ୍ୟ ରହିବେ। ଏଥିରେ ଯାହା ନିଷ୍ପତ୍ତି ନିଆଯିବ ସେନେଇ ପରେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ହେବ। ସମସ୍ତଙ୍କ ସହ ପରାମର୍ଶ ପରେ କାଲି ସକାଳେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଗଜପତି କହିଛନ୍ତି।

Latest Posts

Don't Miss