spot_img

Latest Posts

ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ପ୍ୟାକେଜରେ ଲାଭବାନ ହେବେ ନିମ୍ନବର୍ଗର ଲୋକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୬୯୦ କୋଟି ଟଙ୍କାର କୋଭିଡ୍‌ ପ୍ୟାକେଜରେ ସମାଜର ସବୁଠାରୁ ନିମ୍ନବର୍ଗର ଲୋକଙ୍କ ଲାଭବାନ ହେବେ। ଏଥିରେ ଭୂମିହୀନ ଚାଷୀଙ୍କ ପାଇଁ ସହାୟତା ରାଶି ଦିଆଯାଇଛି। ସହରର ଗରିବଙ୍କ ପାଇଁ ବି କରାଯାଇଛି ବ୍ୟବସ୍ଥା। ବିଜେଡି ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି, କୋଭିଡ ଯୋଗୁ ଅର୍ଥନୀତି ଭୁଶୁଡି ପଡ଼ିଥିବା ବେଳେ ଗ୍ରାମୀଣ ଅର୍ଥନୀତିକୁ ମନରେଗା ଜରିଆରେ ଜାରି ରଖିବାକୁ ପ୍ରୋତ୍ସାହନ ଦିଆଯାଇଛି।

SFSରେ ୫ କିଲୋଗ୍ରାମ ଚାଉଳ ପ୍ୟାକେଜ, ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ୧୫୦୦ ଟଙ୍କା ବ୍ୟବସ୍ଥା ହୋଇଛି। SC- STଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ, ୫ହଜାର ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଅଛି ପ୍ୟାକେଜ। ଯେଉଁ ବର୍ଗ ସାମିଲ ହୋଇଛନ୍ତି, ଏପରି କରିବାରେ ଭାରତବର୍ଷରେ ଓଡ଼ିଶା ପ୍ରଥମ ରାଜ୍ୟ। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସଂପନ୍ନ ନିଷ୍ପତ୍ତି। କୋଭିଡ ସମୟରେ ଏହି ପ୍ୟାକେଜ ସମାଜର ସବୁ ତଳ ଵର୍ଗକୁ ପ୍ରୋତ୍ସାହନ ଦେବ। ଅନେକ ପ୍ରବାସୀ ଶ୍ରମିକ ଫେରିଛନ୍ତି, କିଛି ଅଛନ୍ତି। ସେମାନଙ୍କୁ ସରକାର ସହଯୋଗ ଦେଉଛନ୍ତି, ତା’ ବାଦ ମନ୍‌ରେଗାରେ ଅଧିକ ୫୦ ଟଙ୍କା ଯାହା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ତାହା ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ବିଜେଡି ମୁଖ୍ୟାଳୟ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି।

Latest Posts

Don't Miss