ଟ୍ବିନ ସିଟିରେ ଘନକୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା, ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ବର:  ରାଜ୍ୟରେ ଜାରି ରହିଛି ଶୀତ ଲହରି । ଆଜିବି କଲବଲ କରୁଛି ଜାଡ଼ । ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ନାହିଁ । ଏପଟେ ଟ୍ବିନ ସିଟିରେ ଘନ କୁହୁଡି ଦେଖିବାକୁ ମିଳିଛି ।  ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଅନୁଭୂତ ହୋଇଛି । ଘନ କୁହୁଡ଼ି ଯୋଗୁଁ ଆଗକୁ ୫୦ ମିଟର ଦେଖିବା କଷ୍ଟକର ହୋଇପଡିଛି । ରାସ୍ତାଘାଟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ବର, କଟକ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ତେବେ ଆସନ୍ତାକାଲିଠାରୁ ଶୀତ କମିବ ବୋଲି ପାଣିପାଗର ସୂଚନା ରହିଛି ।

ସେହିପରି ଉତ୍ତରପ୍ରଦେଶ, ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ଅନ୍ୟାନ୍ୟ ରାଜ୍ୟରେ ଘନକୁହୁଡି ସ୍ଥିତି ପରିଲକ୍ଷିତ ହୋଇଛି । ଦିଲ୍ଲୀରେ ଗତ ୩ ଦିନ ଧରି ବହୁ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଆସିଛି । ଆଜି ବି ସେହି ସ୍ଥିତି ଲାଗି ରହିଛି । କେବଳ ଉତ୍ତରଭାରତ ନୁହେଁ ମୁମ୍ବାଇରେ ବି ସ୍ଥିତି ହୋଇଛି ଜଟିଳ। ଘନକୁହୁଡିରେ ଆଚ୍ଛାଦିତ ହୋଇଛି ମହାନଗର । ଫଳରେ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପ୍ରବଳ କୁହୁଡି ଯୋଗୁ ଦୃଶ୍ଯମାନ ଦୂରତା ହ୍ରାସ ପାଇଛି ।