spot_img

Latest Posts

ବଜେଟରେ ଜିଓପଲିଟିକ୍ସକୁ ଫୋକସ ; ବିଶ୍ବସ୍ତରରେ ଭାରତକୁ ଶକ୍ତିଶାଳୀ କରିବାକୁ ପ୍ରୟାସ

ନନ୍ଦିଘୋଷ ବ୍ୟୁରୋ : ଜିଓପଲିଟିକ୍ସକୁ ବଜେଟରେ ଅଧିକ ଗୁରୁତ୍ବ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବିଶେଷ କରି ବିରଳ ମୃତ୍ତିକା, ଆଣବିକ ଶକ୍ତି, ସେମିକଣ୍ଡକ୍ଟର, ପ୍ରତିରକ୍ଷା, ଡିଜିଟାଲ ଭିତ୍ତିଭୂମି, ସାମୁଦ୍ରିକ ପରିବହନକୁ ବଜେଟରେ ଫୋକସ କରିଛନ୍ତି ନିର୍ମଳା। ଅର୍ଥାତ ଭୂରାଜନୀତି କ୍ଷେତ୍ରରେ ଭାରତକୁ ଅଧିକ ଶକ୍ତିଶାଳୀ କରିବା ଲାଗି ସେ ନେଇଛନ୍ତି ପଦକ୍ଷେପ। କେବଳ ଏତିକି ନୁହେଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ବି କରାଯାଇଛି ଫୋକସ। ୪ଟି ରାଜ୍ୟରେ ରେୟାର ଆର୍ଥ କରିଡର, ସେମିକଣ୍ଡକ୍ଟର ଲାଗି ୪୦ ହଜାର କୋଟି ଟଙ୍କା ବ୍ୟୟବରାଦ ଏହା ସୂଚୀତ କରୁଛି। ଇଲେକ୍ଟ୍ରିକ ମୋବିଲିଟି, ଅକ୍ଷୟ ଶକ୍ତି, ସେମିକଣ୍ଡକ୍ଟର, ଲକ୍ଷ୍ୟଭେଦୀ ପ୍ରତିରକ୍ଷା ବ୍ୟବସ୍ଥା, ସାଟେଲାଇଟ ଭିତ୍ତିଭୂମି ଆଦି କ୍ଷେତ୍ରରେ ବିରଳ ମୃତ୍ତିକା ଜରୁରୀ ହୋଇଥିବାବେଳେ ଏକ୍ଷେତ୍ରରେ ବିଶେଷ ପ୍ରାଧାନ୍ୟ ବିସ୍ତାର କରୁଛି ଚୀନ। ଚୀନକୁ ଟକ୍କର ଦେବା ଲାଗି ବଜେଟରେ ଏହି ବ୍ୟବସ୍ଥା କରାଯାଇଛି। ଭାରତର ଉପକୂଳ ଅଞ୍ଚଳରେ ବିପୁଳ ପରିମାଣର ମୋନାଜାଇଟ ଗଚ୍ଛିତ ଥିବାରୁ ଏହାର ସଦୁପଯୋଗ କରି ଭାରତକୁ ଶକ୍ତିଶାଳୀ କରିବା ଲାଗି ନିଆଯାଇଛି ପଦକ୍ଷେପ। ସେହିପରି ଦେଶର ଆଣବିକ ପ୍ରକଳ୍ପଗୁଡିକ ଲାଗି ଆବଶ୍ୟକ ସାମଗ୍ରୀର ଆମଦାନୀ ଉପରୁ ଶୁଳ୍କ ଛାଡ଼ ଲାଗି ବି ନିଆଯାଇଛି ପଦକ୍ଷେପ। ୨୦୩୨ ସୁଦ୍ଧା ଦେଶର ଆଣବିକ ସାମର୍ଥ୍ୟ ୭୮୦ ମେଗାୱାଟରୁ ୨୨ ଗିଗାୱାଟକୁ ବଢ଼ାଇବା ଲାଗି ବି ପଦକ୍ଷେପ ନିଆଯାଇଛି। ସେହିପରି ଦେଶର ପ୍ରତିରକ୍ଷା ବଜେଟକୁ ବି ୭.୮ ଲକ୍ଷ କୋଟି  ଟଙ୍କାକୁ ବଢାଯାଇଛି। ଏହା ଦ୍ବାରା ରାଫେଲ ବିମାନ, ବୁଡ଼ାଜାହାଜ, ମାନବ ବିହୀନ ଯାନ ଅଧିକ ସଂଖ୍ୟକ କ୍ରୟ କରାଯିବ ବୋଲି ଜଣାଯାଇଛି।

Latest Posts

Don't Miss